କାଶ୍ମୀର: ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୈବାର ଜଣେ ଆତଙ୍କବାଦୀ ମାଡ୍ୟୁଲକୁ ହତ୍ୟା କରାଯିବା ସହ ଲସ୍କରର ତିନି ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏନେଇ ଜାମ୍ମୁ-କାଶ୍ମୀର ପୁଲିସ ସୂଚନା ଦେଇଛି।
ଗିରଫ ହୋଇଥିବା ଆତଙ୍କବାଦୀମାନେ ହେଲେ ଆସିକ ହୁସେନ, ହାଜମ ଗୁଲାମ ମୋହି ଦିନ ଡାର ଓ ତାହିର ବିନ ଅହମଦ। ବଡ଼ଗାମ ପୁଲିସ ୫୩ ରାଷ୍ଟ୍ରୀୟ ରାଇଫଲ ଓ କେନ୍ଦ୍ରୀୟ ରିଜର୍ବ ପୁଲିସ ବଳର ୧୮୧ ବଟାଲିୟାନ ମିଳିତ ଅପରେଶନରେ ତିନି ଆତଙ୍କବାଦୀଙ୍କୁ ଗିରଫ କରିବା ସହ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି।
ଏହି ଅପରେଶନ ସମୟରେ ସୁରକ୍ଷା ଯବାନ ସେମାନଙ୍କ ପାଖରୁ ମାରଣାସ୍ତ୍ର ଜବତ କରିଛି। ଏହି ମାମଲାରେ ଗୋଟିଏ ଚୀନ୍ ବନ୍ଧୁକ, ଦୁଇଟି ପିଷ୍ଟଲ ମ୍ୟାଗାଜିନ, ୨୨ ପିଷ୍ଟଲ ସହ ଗୋଟିଏ ବାଇକ ଜବତ ହୋଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣା ପଡ଼ିଛି ଯେ ଏମାନେ ମାରଣାସ୍ତ୍ର ସହ ବନ୍ଧୁକ, ଗଳା ବାରୁଦ ସାମଗ୍ରୀ ନେବା ଆଣିବା କୁରୁଥିଲେ। ଏହି ତିନି ଆତଙ୍କବାଦୀ ବିରୋଧରେ ଚଦୁରା ପୁଲିସ ଥାନାରେ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ତଦନ୍ତ ଜାରି ରହିଛି।
Comments ସମସ୍ତ ମତାମତ