Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଟି-୨୦ ପୁରୁଷ ବିଶ୍ବକପ୍: ଅକ୍ଟୋବର ୨୩ରେ ଭାରତ ଓ ପାକିସ୍ତାନ ମୁକାବିଲା

    Share on :
    ajab-Image
    Date: Jan 21, 2022    Views: 3338

    ନୂଆଦିଲ୍ଲୀ: ପ୍ରକାଶ ପାଇଛି ଟି-୨୦ ପୁରୁଷ ବିଶ୍ବକପ୍ ଖେଳସୂଚୀ ତାଲିକା । ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ ଚଳିତ ବର୍ଷ ଟି୨୦ ବିଶ୍ବକପ୍ । ଏ ନେଇ ଆଇସିସି ଜାରି କରିଛି ଟୁର୍ଣ୍ଣାମେଣ୍ଟ ସୂଚୀ । ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଅକ୍ଟୋବର ୨୩ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ମହା ମୁକାବିଲା ।

     ଖେଳସୂଚୀ ଅକ୍ଟୋବର ୧୬ରୁ ଆରମ୍ଭ ନଭେମ୍ବର ୧୩ ଯାଏଁ ଚାଲିବ ମ୍ୟାଚ । ୨୨ ତାରିଖରୁ ସୁପର ୧୨ ଖେଳାଯିବ । ଯେଉଁଥିରେ ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ । ୨୩ ତାରିଖରେ ପାକିସ୍ତାନ ସହ ମୁହାଁମୁହିଁ ହେବ ଭାରତ । ଟୁର୍ଣ୍ଣାମେଣ୍ଟରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ଏବଂ ଅନ୍ୟ ଦୁଇ କ୍ବାଲିଫାୟାର ଟିମ୍ ଗୋଟିଏ ଗ୍ରୁପରେ ରହିବେ । ଫାଇନାଲ ମ୍ୟାଚ୍ ନଭେମ୍ବର ୨୩ରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୬ଟି ଟିମ୍ ଭାଗ ନେବେ ଓ ଅଷ୍ଟ୍ରେଲିଆର ୭ଟି ବିଭିନ୍ନ ସହରରେ ମ୍ୟାଚ୍ ଆୟୋଜନ ହେବ ।
    ଅକ୍ଟୋବର ୧୬ରୁ ପ୍ରଥମ ରାଉଣ୍ଡ ଖେଳାଯିବ । ୨୦୧୪ରେ ଚମ୍ପିଆନ ହୋଇଥିବା ଶ୍ରୀଲଙ୍କା ନାମ୍ବିବିଆକୁ ଭେଟିବ । ଦୁଇଥର ଚମ୍ପିଅନ ହୋଇଥିବା ୱେଷ୍ଟଇଣ୍ଡିଜ ମଧ୍ୟ ସମାନ ଦିନରେ ପ୍ରଥମ ରାଉଣ୍ଡ ମ୍ୟାଚ ସ୍କଟଲାଣ୍ଡ ସହ ଖେଳିବ । ଏହା ପରେ ପର୍ୟ୍ୟାୟ କ୍ରମେ ମ୍ୟାଚ ଅନୁଷ୍ଠିତ ହେବ ।ପ୍ରକାଶ ଥାଉ କି, ଟି-୨୦ ବିଶ୍ବକପ ୨୦୨୧ ଅକ୍ଟୋବର ୨ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ପାକିସ୍ତାନ ୧୦ ଓ୍ବିକେଟରେ ମ୍ୟାଚ୍ ଜିତି ନେଇଥିଲା । ୨୦୨୨ ଟୁର୍ଣ୍ଣାମେଣ୍ଟରେ ବ୍ଲୁ ଇନ ମେନ ଭାରତୀୟ ଦଳ ପ୍ରତିଶୋଧ ଲକ୍ଷ୍ୟରେ ରହିବ ନିଶ୍ଚୟ ।

    Maximum 500 characters

    ଖେଳ ଖବର View all

    Find Us on Facebook