Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଟି-୨୦ ବିଶ୍ବକପ: ଭାରତର ୨୯ ବର୍ଷର ବିଜୟଧାରାରେ ବ୍ରେକ, ହରାଇଛି ବାବାର ବାହିନୀ

    Share on :
    ajab-Image
    Date: Oct 25, 2021    Views: 3787

    ଦୁବାଇ: ଭାଙ୍ଗିଲା କୋଟି କୋଟି ଭାରତୀୟଙ୍କ ହୃହୟ । ୨୯ ବର୍ଷର ବିଜୟଧାରାରେ ବ୍ରେକ । ଅପରାଜେୟ ଭାରତର ଶୋଚନୀୟ ପରାଜୟ । ଆଇସିସି ଟି-୨୦ ବିଶ୍ବକପରେ ରବିବାର ଖେଳାଯାଇଥିବା ହାଇଭୋଲଟେଜ ମୁକାବିଲାରେ ଭାରତକୁ ୧୦ ୱିକେଟରେ ପରାସ୍ତ କରିଛି ପାକିସ୍ତାନ । ବିଶ୍ବକପରେ ପ୍ରଥମ ଥର ପାଇଁ ଭାରତକୁ ହରାଇଛି ବାବାର ବାହିନୀ । ପାକିସ୍ତାନକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶାହିନ ଶାହ ଆଫ୍ରିଦି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

    ପ୍ରଥମ ଟସ ଜିତି ପାକିସ୍ତାନ ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ପଡିଆକୁ ଆସିଥିଲେ ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ । ମାତ୍ର କିଛି କ୍ଷଣରେ ଶାହିନ ଆଫ୍ରିଦିଙ୍କ ପ୍ରଥମ ଓଭରର ଚତୁର୍ଥ ବଲରେ ଆଉଟ ହୋଇଥିଲେ ରୋହିତ । ଖାତା ଖୋଲି ପାରି ନଥିଲେ ରୋହିତ ଶର୍ମା । ଭାରତୀୟଙ୍କ ଉତ୍ସାହ ମଉଳି ଯାଇଥିଲା । ଏହା ପରେ ଆଫ୍ରିଦିଙ୍କ ଦ୍ବିତୀୟ ଶିକାର ହୋଇଥିଲେ ରାହୁଲ । ମାତ୍ର ୩ ରନ କରି ବୋଲ୍ଡ ହୋଇଥିଲେ ଲୋକେଶ । ମାତ୍ର ୬ ରନରେ ଉଭୟ ଓପନରଙ୍କୁ ପାଭିଲିୟନ ପଠାଇଥିଲେ ବାବର ବୋଲର ଆଫ୍ରିଦି ।ଭାରତ ଏକଦମ ସଙ୍କଟରେ ପଡିଯାଇଥିଲା । ଅଧିନାୟକ ବିରାଟ କୋହଲି ବିଚଳିତ ନହୋଇ ଏକାକୀ ଲଢିଥିଲେ । ସୂର୍ୟ୍ୟକୁମାର ଦର୍ଶନୀୟ ଛକା ମାରି ୧୧ ରନରେ ଆଉଟ ହୋଇଥିଲେ । କୋହଲି ଓ ଋଷବ ସ୍ଥିତି ସମ୍ଭାଳିଥିଲେ । ଉଭୟ ଧୀରେ ଧୀରେ ଦଳୀୟ ସ୍କୋରରୁ ଆଗକୁ ନେଇଥିଲେ । କୋହଲିଙ୍କ ସହ ମିଶି ପନ୍ତ ଭାରତର ସ୍କୋର ୧୩ ଓଭର ସୁଦ୍ଧା ୮୪ରେ ପହଞ୍ଚାଇଥିଲେ । ପଡିଆରେ ଜମି ଆସୁଥିବା ପନ୍ତଙ୍କୁ ସଦାଦ ଖାନ ଆଉଟ୍‌ କରିଥିଲେ । ମାତ୍ର କୋହଲି ଲଢୁଆ ବ୍ୟାଟିଂ ଜାରି ରଖିବା ସହ ୧୯ତମ ଅର୍ଦ୍ଧଶତକ ହାସଲ କରିଥିଲେ ଓ ୫୭ ରନ୍‌ର ଇଂନିସ ଖେଳିଥିଲେ । ରବିନ୍ଦ୍ର ଜାଡେଜା ୧୩ ହାର୍ଦ୍ଦିକ ପାଣ୍ଡ୍ୟା ୧୧ ଓ ଭୁବନେଶ୍ବର କୁମାର ୫ରନ କରି ଦଳୀୟ ସ୍କୋରକୁ ୧୫୧ରେ ପହଞ୍ଚାଇଥିଲେ । ପାକିସ୍ତାନକୁ ୧୫୨ ରନର ଟାର୍ଗେଟ ଦେଇଥିଲା ଟିମ ଇଣ୍ଡିଆ ।୧୫୨ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ବାବର ବାହିନୀ । ଦୁଇ ଓପନ ବାବର ଆଜମ ଓ ମହମ୍ମଦ ରିଜୱାନୀ ଫୁଲ ଫର୍ମରେ ଥିଲେ । ଭାରତ ପାଇଁ ସଅଳ ୱିକେଟ ଅକ୍ତିଆର କରିବା ଜରୁରୀ ଥିଲା । ହେଲେ ତାହା ସମ୍ଭବ ହୋଇନଥିଲା । ବାବର ୬୨ ବଲରେ ୬ ଚୌକା ଓ ୨ ଛକା ସହ ୬୮ ଓ ରିଜୱାନ ୫୫ ବଲରେ ୬ ଚୌକା ଓ ୩ ଛକା ସହ ୭୯ ରନ୍ କରି ଅପରାଜିତ ଥିଲେ । ଭାରତର କୌଣସି ବୋଲର ପାକିସ୍ତାନ ଉପରେ ପ୍ରଭାବ ପକାଇ ପାରିନଥିଲେ । ବାବର ଓ ରିଜୱାନଙ୍କ ଯୋଡି ଭାଙ୍ଗି ପାରିନଥିଲେ ଭାରତୀୟ ବୋଲର । ୧୩ଟି ବଲ ବାକି ଥାଇ ପାକିସ୍ତାନ ୧୦ ୱିକେଟରେ ବିଜୟ ହାସଲ କରିନେଇଛି ।

    Maximum 500 characters

    ଖେଳ ଖବର View all

    Find Us on Facebook