Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଟି-ଟ୍ବେଣ୍ଟି ବିଶ୍ବକପ,ଆଜି ଆଫଗାନିସ୍ତାନ-ସ୍କଟଲାଣ୍ଡ ମୁକାବିଲା

    Share on :
    ajab-Image
    Date: Oct 25, 2021    Views: 2772

    ଦୁବାଇ: ଟି-ଟ୍ବେଣ୍ଟି ବିଶ୍ବକପରେ ଆଜି(ସୋମବାର) ୧୭ତମ ମ୍ୟାଚ ଖେଳାଯିବ । ଏଥିରେ ସ୍କଟଲାଣ୍ଡ ବିପକ୍ଷରେ ଆଫଗାନିସ୍ତାନ ତାର ପ୍ରଥମ ଟ୍ବେଣ୍ଟି ଟ୍ବେଣ୍ଟି ଅଭିଯାନ ଆରମ୍ଭ କରିବ । ଆଫଗାନକୁ ତାଲିବାନ କବଜା କରିବା ପରେ ଦଳ ଭଲ ସ୍ଥିତିରେ ନାହିଁ । ଏପଟେ ଅଧିନାୟକ ପଦରୁ ରସିଦ ଖାନ ଓହରିବା ଦଳକୁ ଏକ ଆଉ ଏକ ଝଟକା ଦେଇଥିଲା । ରାସିଦଙ୍କ ପରେ ମହମ୍ମଦ ବନି ଦଳର ନେତୃତ୍ବ ନେଇଥିଲେ । ଦଳ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ।

    ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଥିଲା । ହେଲେ ଦ୍ବିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ମାତ ଦେଇ ସୁପର-୧୨ରେ ଆଶା ଉଜ୍ଜୀବିତ କରିଥିଲା । ଦଳର ଉଭୟ ବୋଲିଂ ଓ ବ୍ୟାଟିଂ ସ୍ଥିତି ଭଲ ରହିଛି । ବ୍ୟାଟିଂରେ ମହମ୍ମଦ ଶାହଜାଦ ଓ ହାଜ୍ରାତୁଲ୍ଲାଙ୍କ ଉପରେ ବିଶେଷ ନଜର ରହିବ । ବୋଲିଂରେ ସ୍ପିନର ରସିଦ, ନବି ଓ ମୁଜୀବ ଉର ରହମାନ ଯେ କୌଣସି ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇ ପାରନ୍ତି ।ଅନ୍ୟପକ୍ଷେ ସ୍କଟଲାଣ୍ଡ ପ୍ରଥମ ରାଉଣ୍ଡରେ ବାଂଲାଦେଶକୁ ହରାଇବା ପରେ ୩ଟି ଯାକ ମ୍ୟାଚ ଜିତି ଦୃଢ ମନୋବଳ ସହିତ ସୁପର-୧୨ରେ ସାମିଲ ହୋଇଛି । ନୂଆ ବୋଲର ବ୍ରାଡଲି ଓ ଜୋସ ଚମତ୍କାର ବୋଲିଂ କୌଶଳ ଜାଣିଛନ୍ତି । ବାମହାତୀ ସ୍ପିନର ମାର୍କ ୱାଟଙ୍କ ପ୍ରଦର୍ଶନ ବି କାମ ଦେବ ।

    Maximum 500 characters

    ଖେଳ ଖବର View all

    Find Us on Facebook