Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଟି-୨୦ ବିଶ୍ବକପ: ଆଜି ଭାରତ-ଅଷ୍ଟ୍ରେଲିଆ ୱାର୍ମ-ଅପ୍‌ ମ୍ୟାଚ

    Share on :
    ajab-Image
    Date: Oct 20, 2021    Views: 3921

    ଦୁବାଇ: ଆଇସିସି ପୁରୁଷ ଟି-୨୦ ବିଶ୍ବକପ୍‌ ଖେଳିବା ପୂର୍ବରୁ ଭାରତ ଆଜି ତା’ର ୨ୟ ୱାର୍ମ-ଅପ ମ୍ୟାଚ ଖେଳିବ। ଦୁବାଇସ୍ଥିତ ଆଇସିସି ଏକାଡେମୀର ପଡ଼ିଆରେ ଭାରତୀୟ ସମୟ ଅପରାହ୍ନ ସାଢ଼େ ୩ଟାରେ ଅଷ୍ଟ୍ରେଲିଆକୁ ଟିମ ଇଣ୍ଡିଆ ମୁକାବିଲା କରିବ। ଭାରତ ନିଜର ପ୍ରଥମ ୱାର୍ମ-ଅପ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲା। ସେଥିପାଇଁ ଦ୍ବିତୀୟ ମୁକାବିଲାକୁ ସାହାସର ସହିତ ମୁକାବିଲା କରିବ। ଅଷ୍ଟ୍ରେଲିଆ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ବିରାଟ ବାହିନୀ ରଣନୀତି ପ୍ରସ୍ତୁତ କରିସାରିଛି। 

    ଟି-୨୦ ବିଶ୍ବକପ୍‌ରର ନିଜର ପ୍ରଥମ ୱାର୍ମ-ଅପ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ସୋମବାର ଇଂଲଣ୍ଡକୁ ୭ ୱିକେଟ୍‌ରେ ପରାସ୍ତ କରିଥିଲା। ଭାରତୀୟ ଟିମ ଉଭୟ ବୋଲିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତକୁ ଇଂଲଣ୍ଡ ୧୮୯ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଲକ୍ଷ୍ୟକୁ ପୂରା କରିବା ଉଦ୍ଦେଶ୍ୟରେ ଭାରତ ଦ୍ବିତୀୟ ପାଳି ବ୍ୟାଟିଂ କରିଥିଲା। 

    Maximum 500 characters

    ଖେଳ ଖବର View all

    Find Us on Facebook