Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜିଠୁ ଫଟାଫଟ କ୍ରିକେଟର ମହାକୁମ୍ଭ ଟି-୨୦ ବିଶ୍ୱକପ୍

    Share on :
    ajab-Image
    Date: Oct 17, 2021    Views: 4048

    ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଫଟାଫଟ କ୍ରିକେଟର ମହାକୁମ୍ଭ ଟି-୨୦ ବିଶ୍ୱକପ୍ । ପ୍ରଥମେ ଯୋଗ୍ୟତା ପର୍ୟ୍ୟାୟ ଓ ପରେ ସୁପର-୧୨ ରାଉଣ୍ଡ ହୋଇ ନକ୍ ଆଉଟ୍ରେରେ ପ୍ରବେଶ କରିବ ଟୁର୍ଣ୍ଣାମେଂଟ । ଆଜି ପ୍ରତମ ଦିନରେ ଦୁଇଟି ମ୍ୟାଚ୍ ରହିଛି । ପ୍ରଥମ ରାଉଣ୍ଡର ଗ୍ରୁପ୍-ବିରେ ଓମାନ ଓ ପପୁଆ ନ୍ୟୁ ଗିନି ମଧ୍ୟରେ ଟକ୍କର ହେବ । ଏହା ପରେ ବାଂଲାଦେଶ ଓ ସ୍କଟଲାଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ ।
    ଦୀର୍ଘ ୫ ବର୍ଷ ପରେ ଟି-୨୦ ବିଶ୍ୱକପ୍ ଫେରିଛି । ଭାରତ ଏଥର ବିଶ୍ୱକପ୍ ଆୟୋଜନ କରୁଛି । ହେଲେ କରୋନା ଯୋଗୁ ଭାରତର ସ୍ଥାନାନ୍ତର ହୋଇଛି ଟୁର୍ଣ୍ଣାମେଂଟ । ଓମାନ ଓ ୟୁଏଇରେ ସଂପୂର୍ଣ୍ଣ ଟୁର୍ଣ୍ଣାମେଂଟ ଆୟୋଜନ କରାଯାଇଛି । ଯୋଗ୍ୟତା ପର୍ୟ୍ରାୟର ସମସ୍ତ ମ୍ୟାଚ୍ ଓମାନରେ ଖେଳାଯିବ । ୟୁଏଇରେ ସୁପର ୧୨, ସେମିଫାଇନାଲ ଓ ଫାଇନାଲ ଖେଳାଯିବ । ନଭେମ୍ବର ୧୪ରେ ହେବ ଫାଇନାଲ ମୁକାବିଲା । ଆସନ୍ତା ୨୪ ତାରିଖରେ ଭାରତ ତାର ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ୱିନ୍ଦୀ ପାକିସ୍ତାନ ସହ ଖେଳିବ ।

    Maximum 500 characters

    ଖେଳ ଖବର View all

    Find Us on Facebook