ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ଓ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ଥିବା କଟକଣାକୁ ହଟାଇ ଦିଆଯାଇଛି । ଜିଲ୍ଲାବାହାର ଲୋକଙ୍କ ପାଇଁ ଶବସକôାର କଟକଣା ପ୍ରତ୍ୟାହାର କରିଛି ଜିଲ୍ଲା ପ୍ରଶାସନ । ଏଣିକି ଯେ କେହି ବ୍ୟକ୍ତି ସ୍ୱର୍ଗଦ୍ୱାରରେ ଆତ୍ମୀୟସ୍ୱଜନଙ୍କ ଶବଦାହ କରାଇପାରିବେ ବୋଲି ଜିଲ୍ଲପାଳ ସମର୍ଥ ବର୍ମା ପ୍ରକାଶ କରିଛନ୍ତି । ଶବସକôାର ପାଇଁ ସର୍ବାଧିକ ୧୦ଜଣ ବ୍ୟକ୍ତିଙ୍କୁ ଯିବା ପାଇଁ ଅନୁମତି ରହିଛି । ଶବସକôାର ପାଇଁ ପଞ୍ଜିକରଣ ସମୟରେ ମୃତକଙ୍କ ମୃତୁ୍ୟ ସମ୍ପର୍କିତ ଡାକ୍ତରୀ ଚିଠା ସମେତ ପରିଚୟପତ୍ର ଦେଖାଇବାକୁ ପଡିବ । ସେଠାରେ ସମସ୍ତଙ୍କୁ ମାସ୍କ, ସାନିଟାଇଜର ବ୍ୟବହାର ସହ ୨ମିଟର ସାମାଜିକ ଦୂରତା ଭଳି କଟକଣାକୁ ଲୋକେ ପାଳନ କରିବାକୁ ବାଧ୍ୟ ବୋଲି ଜିଲ୍ଳା ପ୍ରଶାସନ ନିଦେ୍ର୍ଧଶନାମା ଜାରି କରିଛନ୍ତି ।
Comments ସମସ୍ତ ମତାମତ