Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ରବିବାର କରନ୍ତୁ ସୂର୍ଯ୍ୟଙ୍କର ଏହି ପୂଜା ମିଳିବ ସୌଭାଗ୍ୟ

    Share on :
    ajab-Image
    Date: Jan 29, 2023    Views: 2389

    ଭୁବନେଶ୍ୱର: ଶାସ୍ତ୍ରରେ ଗ୍ରହ ରାଜ ସୂର୍ଯ୍ୟ ଦେବତାଙ୍କୁ ମହତ୍ୱ ଦିଆଯାଇଛି । ଭଗବାନ ସୂର୍ଯ୍ୟଙ୍କ ଦର୍ଶନ ପ୍ରତିଦିନ ମିଳିଥାଏ । ଧାର୍ମିକ ମାନ୍ୟତା ଅନୁସାରେ ରବିବାର ଦିନ ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ । ସନାତନ ଧର୍ମରେ ମାନ୍ୟତା ରହିଛି ଯେ ରବିବାର ଦିନ କିଛି ଖାସ କାମ କରିବା ଦ୍ୱାରା ସୌଭାଗ୍ୟ ବୃଦ୍ଧି ହେବା ସହ ବ୍ୟକ୍ତି ଆରୋଗ୍ୟ ଲାଭ କରିଥାନ୍ତି । ମା’ ଲକ୍ଷ୍ମୀଙ୍କ କୃପା ମିଳିବା ସହ ଧନ ଧାନ୍ୟ ବୃଦ୍ଧି ଘଟିଥାଏ । ଆସନ୍ତୁ ଜାଣିବା ପ୍ରତି ରବିବାର କ’ଣ କରିବା ଉଚିତ୍‌ ।

    ଆଜି ରବିବାର କରନ୍ତୁ ସୂର୍ଯ୍ୟଦେବଙ୍କ ପୂଜା। କାରଣ ସୂର୍ଯ୍ୟଦେବଙ୍କର ଦିନ ହେଉଛି ରବିବାର । ରବିବାର ଦିନ ସୂର୍ଯ୍ୟଦେବଙ୍କୁ ପୂଜା କଲେ ମିଳିଥାଏ ଅନେକ ଫାଇଦା। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଦେବଙ୍କୁ ଗ୍ରହରାଜା କୁହାଯାଏ। ବ୍ୟକ୍ତିର ଜୀବନରେ ମାନ ସମ୍ମାନ ବି ସୂର୍ଯ୍ୟଦେବଙ୍କ ପାଇଁ ଆସିଥାଏ। ଏହାସହ କାର୍ଯ୍ୟରେ ଉନ୍ନତି ପାଇବାକୁ ଚାହୁଁଥିଲେ ଆପଣ ସୂର୍ଯ୍ୟଦେବଙ୍କୁ ପୂଜା କରିପାରିବେ।

    ସପ୍ତାହକ ସାତ ଦିନର ନାମ ଗ୍ରହ ଆଧାରରେ ରଖାଯାଇଛି। ଏଣୁ ସପ୍ତାହର ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ କରାଯାଇଛି। ଆଜି ରବିବାର। ଧାର୍ମିକ ମାନ୍ୟତା ଅନୁଯାୟୀ ରବିବାରକୁ ଭଗବାନ ସୂର୍ଯ୍ୟଙ୍କ ବାର କୁହାଯାଏ। ସୂର୍ଯ୍ୟଙ୍କ ବାର ହୋଇଥିବାରୁ ଏହିଦିନ କିଛି କାମ କରିବାକୁ କରାଯାଇଛି। ଏସବୁ କାମ କଲେ ସୂର୍ଯ୍ୟ ସନ୍ତୁଷ୍ଟ ହୋଇଥାନ୍ତି ଓ ଅନେକ କ୍ଷତି ସହିବାକୁ ପଡ଼ିନପାରେ। ତେବେ ଆସନ୍ତୁ ଜାଣିବା ରବିବାର ଦିନ କି କି କାମ କରିବା…

    ସକାଳେ ସୂର୍ଯ୍ୟଦେବଙ୍କୁ ଦିଅନ୍ତୁ ଅର୍ଘ୍ୟ :

    ପ୍ରତି ରବିବାର ସକାଳେ ସୂର୍ଯ୍ୟଦ୍ୟୋୟ ପୂର୍ବରୁ ଉଠି କରି ସ୍ନାନାଦି ସାରି ସ୍ୱଚ୍ଛ ବସ୍ତ୍ର ପିନ୍ଧନ୍ତୁ । ଏହାପରେ ଘରର ପୂଜା ସ୍ଥଳରେ ଭଗବାନଙ୍କ ଆଗରେ ଦୀପ ଜଳାଇ ଦିଅନ୍ତୁ । ପରେ ଏକ ତମ୍ବା ଢ଼ାଳରେ ଚନ୍ଦନ, ଅକ୍ଷତ ଓ ଲାଲ ଫୁଲ ପକାଇ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦିଅନ୍ତୁ । ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଅର୍ଘ୍ୟ ଦେବା ବେଳେ ଏହ ମନ୍ତ୍ର-‘ଓଁ ସୂର୍ଯ୍ୟାୟ ନମଃ, ଓଁ ବାସୁଦେବାୟ ନମଃ, ଓଁ ଆଦିତ୍ୟ ନମଃ ’ ଉଚ୍ଚାରଣ କରନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ସମୟରେ ମନ୍ଦାର ଫୁଲ ଚଢ଼ାଇବା ବହୁତ ଶୁଭ ହୋଇଥାଏ। ଏହାଦ୍ୱାରା ଆର୍ଥିକ ସ୍ଥିତିରେ ସୁଧାର ହୋଇଥାଏ ଏବଂ ବିଗିଡ଼ିଥିବା କାମ ପୂରା ହୋଇଥାଏ।

    ତୁଳସୀ ବୃକ୍ଷର ପୂଜା :
    ରବିବାର ଦିନ ତୁଳସୀ ବୃକ୍ଷ ପୂଜା ମଧ୍ୟ ବହୁତ ଶୁଭ ହୋଇଥାଏ । ହେଲେ ରବିବାର ତୁଳସୀ ବୃକ୍ଷରେ ଜଳ ଦେବା ଓ ତୁଳସୀ ପତ୍ର ଛିଡାଇବା ବର୍ଜିତ ଅଟେ । ତେଣୁ ରବିବାର ସଂଧ୍ୟାରେ ତୁଳସୀ ବୃକ୍ଷ ମୂଳରେ ଦୀପ ଜରୁର ଜଳାନ୍ତୁ । ପ୍ରତି ରବିବାର ଏପରି କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ମା’ ଲକ୍ଷ୍ମୀଙ୍କ ଆଶିର୍ବାଦ ଯୋଗୁ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

    ଦେଶୀ ଘିଅ ଦୀପ ଜଳାନ୍ତୁ :
    ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତି ରବିବାର ଘରର ମୁଖ୍ୟ ଦ୍ୱାରର ଦୁଇପଟରେ ଦେଶୀ ଘିଅର ଦୀପ ଜଳାନ୍ତୁ । ମାନ୍ୟତା ରହିଛି ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତିର ବୃଦ୍ଧି ହୋଇଥାଏ ।

    Maximum 500 characters

    ବିଶେଷ View all

    Find Us on Facebook