Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବାୟୁ ପ୍ରଦୂଷଣ ନେଇ ବର୍ଷିଲେ ସୁପ୍ରିମକୋର୍ଟ

    Share on :
    ajab-Image
    Date: Dec 2, 2025    Views: 2536

    ନୂଆଦିଲ୍ଲୀ: ଦିଲ୍ଲୀରେ ବାରମ୍ବାର ଦେଖାଦେଉଥିବା ବାୟୁ ପ୍ରଦୂଷଣ ସମସ୍ୟାର ସମାଧାନ ଏକ ନିର୍ଦ୍ଦି‌ଷ୍ଟ ସମୟସୀମା ମଧ୍ୟରେ ହେବା ଆବଶ୍ୟକ। ଏଥିପାଇଁ ଏକ ସ୍ପଷ୍ଟ ଏବଂ କାର୍ୟ୍ୟକାରୀ ହୋଇପାରୁଥିବ‌ା ରଣନୀତି ପ୍ରସ୍ତୁତ କରିବାକୁ ହେବ ବୋଲି ସୁପ୍ରିମକୋର୍ଟ ସୋମବାର ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍‌) ଏବଂ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌) କର୍ତ୍ତୃପକ୍ଷଙ୍କୁ କହିଛନ୍ତି।ପ୍ରଧାନ ବିଚାରପତି ସୂର୍ୟ୍ୟକାନ୍ତ ଏହି ଖଣ୍ଡପୀଠର ନେତୃତ୍ବ ‌ନେଇଥିଲେ। ପ୍ରଧାନ ବିଚାରପତି କହିଥିଲେ, ଗମ୍ଭୀର ପ୍ରଦୂଷଣ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରୁଥିବା ବେଳେ କୋର୍ଟ ନିଷ୍କ୍ରିୟ ହୋଇ ବସିପାରିବେ ନାହିଁ। ସେ କହିଥିଲେ ଯେ ଦୀର୍ଘ ଦିନ ଧରି ଦିଲ୍ଲୀର ଶୀତକାଳୀନ କୁହୁଡ଼ିର ଏକ ପ୍ରମୁଖ କାରଣ ନଡ଼ା ଜାଳିବା ବୋଲି ବିବେଚନା କରାଯାଇ ଆସୁଛି। କିନ୍ତୁ ତାହା ସମସ୍ୟାର କେବଳ ଗୋଟିଏ ଅଂଶ। ଆମେ ଚୁପ୍ ବସି ପାରିବୁ ନାହିଁ। କୋଭିଡ୍‌-୧୯ ସମୟରେ ଲୋକମାନେ କିଭଳି ନୀଳ ଆକାଶ ଏବଂ ତାରା ଦେଖିପାରିଲେ? ନଡ଼ା ଜାଳିବା ପ୍ରଦୂଷଣର କେବଳ ଗୋଟିଏ ଉତ୍ସ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ବାୟୁ ଗୁଣବତ୍ତା ହ୍ରାସ ସମସ୍ୟାର ସମାଧାନ ପାଇଁ କୋର୍ଟ ଏକ ବାସ୍ତବ ଏବଂ କାର୍ୟ୍ୟକାରୀଯୋଗ୍ୟ ପଦକ୍ଷେପ ଦାବି କରିଥିଲେ। 
    ଏହା ରାଜନୈତିକ ଏବଂ ଅହଂକାର ଲଢ଼େଇ ହେବା ଉଚିତ୍ ନୁହେଁ। କେବଳ ନଡ଼ା ଜାଳିବା ଯୋଗୁଁ ଦିଲ୍ଲୀରେ ପ୍ରଦୂଷଣ ହେଉନାହିଁ। ପ୍ରଦୂଷଣର ଅନ୍ୟାନ୍ୟ କାରଣଗୁଡ଼ିକୁ ରୋକିବା ପାଇଁ ଆପଣ ନେଇଥିବା ପଦକ୍ଷେପ ଆମକୁ ଦେଖାନ୍ତୁ ବୋଲି ପ୍ରଧାନ ବିଚାରପତିକହିଥିଲେ। ସିଏକ୍ୟୁଏମ୍‌ର ପ୍ରତିନିଧିମାନେ କୋର୍ଟକୁ କହିଥିଲେ ଯେ ସେମାନେ ଅଂଶୀଦାରମାନଙ୍କ ସହିତ ପରାମର୍ଶ କରିଛନ୍ତି ଏବଂ ପୂର୍ବରୁ ଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରୁଛନ୍ତି। ଅତିରିକ୍ତ ସଲିସିଟର ଜେନେରାଲ କହିଥିଲେ ଯେ ହରିୟାଣା, ପଞ୍ଜାବ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଅନ୍ୟାନ୍ୟ ସମସ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷ କାର୍ୟ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିପାରିବେ। ଖଣ୍ଡପୀଠ କହିଛନ୍ତି ଯେ ବୈଜ୍ଞାନିକ ସମାଧାନ ବାହାର କରିବା ନ୍ୟାୟପାଳିକାର କାର୍ୟ୍ୟ ନୁହେଁ। 
    କିନ୍ତୁ ଏହା ସମନ୍ୱୟକୁ ବାଧ୍ୟତାମୂଳକ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ୟ୍ୟ କରିପାରିବ। ଆମେ ଧରି ନେଇପାରିବୁ ନାହିଁ ଯେ ସମାଧାନ ବିଶେଷଜ୍ଞଙ୍କଠାରୁ ଆସିବ। କିନ୍ତୁ ଏହା ନିଶ୍ଚିତ ଭାବରେ ସମସ୍ତ ଅଂଶୀଦାରମାନଙ୍କୁ ବସି ବିଚାର ବିମର୍ଶ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିପାରିବ ବୋଲି ପ୍ରଧାନ ବିଚାରପତି ସୂର୍ୟ୍ୟକାନ୍ତ କହିଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook