ଭୁବନେଶ୍ୱର:ବିଜେଡି ଛାଡ଼ିବା ପରେ ସୁନନ୍ଦା ଦାସ ବିସ୍ଫୋରକ ବୟାନ ରଖିଛନ୍ତି । ନେତାଙ୍କୁ ଅଣଦେଖାରୁ ବିଜେଡି ହାରିଲା ବୋଲି ସେ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ନବୀନ ବାବୁ ନିଜେ ଟିକେଟ ବାଣ୍ଟିଥିଲେ ବିଜେଡି ପୁଣି ସରକାର କରିଥାନ୍ତା । ମାତ୍ର ଟିକେଟ ବାଣ୍ଟିବା ବେଳେ ସେମାନେ ସେପରି କଲେ ନାହିଁ । ପ୍ରଭୁ ଜଗନ୍ନାଥ ବିଚାର କରିବେ ବୋଲି ମୁଁ ସେତେବେଳେ କହିଥିଲି । ପ୍ରଭୁ ଜଗନ୍ନାଥ ଠିକ ବିଚାର କରିଛନ୍ତି, ଦେଖା କରି ଧନ୍ୟବାଦ ଜଣାଇଛି । ମନମୁଖୀ ଶାସନ ପାଇଁ ବିଜେଡିର ଆଜି ଏପରି ଅବସ୍ଥା ହୋଇଛି ବୋଲି ସୁନନ୍ଦା ଦାସ କହିଛନ୍ତି ।
ଅନ୍ୟପକ୍ଷରେ ତତକାଳୀନ ବିଜେଡି ସାଂଗଠନିକ ସମ୍ପାଦକଙ୍କ ନାମ ନନେଇ ସୁନନ୍ଦା ବର୍ଷିଛନ୍ତି । ‘ ମୁଁ ଅଶୋକ ଦାସଙ୍କ ପୁଅ, ପଛରୁ ଛୁରୀ ଭୁସିବା ଲୋକ ନୁହେଁ ବୋଲି କହୁଥିଲେ । ତେଣୁ ମୋର ତାଙ୍କ ଉପରେ ଟିକେଟ ମିଳିବା ନେଇ ପୂର୍ଣ୍ଣ ଭରସା ରହିଥିଲା । ଟିକେଟ ଦେବା ଲୋକ ମୁଁ ଓ ଟେକେଟ କାଟିବା ଲୋକ ମୁଁ ବୋଲି କହିଥିଲେ । ଦେବାଶିଷ ନାୟକଙ୍କୁ ହଟାଇବା ପାଇଁ ମୋତେ ଡାକି ମିଶାଇଥିଲେ । ୨୦୧୯ରେ ନିର୍ବାଚନ ଜିତବା ପରେ ବରୀବାସୀଙ୍କ ପାଇଁ କାମ କରୁଥିଲି । ରାତିରେ ମୋତେ ବେଷ୍ଟ ଅଫ ଲକ କହିଲେ, କିନ୍ତୁ ସକାଳେ ଟିକେଟ କଟିଲା । ମୋ ଟିକେଟ କାହିଁକି କଟିଲା ତାଙ୍କୁ ପଚାରନ୍ତୁ ସେ ହିଁ କହିପାରିବେ । ମୋ ଟିକେଟ ସେ ହିଁ କାଟିଛନ୍ତି ବୋଲି ସୁନନ୍ଦା ଦାସ କହିଛନ୍ତି ।
କେବଳ ସେତିକି ନୁହେଁ ଟିକେଟ କରିବା ପରେ ଭି.କେ ପାଣ୍ଡିଆନ ମୋତେ ଡାକିଥିଲେ । ଆଉ ମୁଁ ବି ନବୀନ ନିବାସ ଯାଇଥିଲି । ମୁଁ ଯାଜପୁର ବ୍ୟାପାରରେ ମୁଣ୍ଡ ପୂରାଇ ପାରିଲି ନାହିଁ ବୋଲି ଟିକେଟ କଟିଲା ବୋଲି ପାଣ୍ଡିଆନ କହିଥିଲେ । ଆପଣ କଣ୍ଟାବାଞ୍ଜି ଯାଇ ପ୍ରଚାର କରନ୍ତୁ, ପରେ ବୁଝାଯିବ ବୋଲି ପାଣ୍ଡିଆନ କହିଥିବା ସୁନନ୍ଦା କହିଛନ୍ତି ।
Comments ସମସ୍ତ ମତାମତ