Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଫ୍ୟାନ୍‌ରେ ଝୁଲି ପଡିଲେ ଦମ୍ପତି

    Share on :
    ajab-Image
    Date: Feb 3, 2025    Views: 4041

    ବ୍ରହ୍ମବରଦା: ବେକରେ ରଶି ଲଗାଇ ଫ୍ୟାନ୍‌ରେ ଝୁଲି ପଡିଲେ ଦମ୍ପତି । ମୃତକ ବିଜୟ ରାଉତ (୬୦) ଓ ତାଙ୍କ ସ୍ତ୍ରୀ ପଦ୍ମିନୀ (୫୫) ବୋଲି ଜଣା ପଡ଼ିଛି । ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅର୍ଥଙ୍ଗା ପଞ୍ଚାୟତ କୋଠା ସାହି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । 

    ସୂଚନା ମୁତାବକ, ବେଙ୍ଗାଲୁରୁରେ ରହୁଥିବା ବିଜୟଙ୍କ ପୁଅ ଆଜି ସକାଳୁ ଘରକୁ ଫୋନ୍‌ କରିଥିଲେ । କେହି ଫୋନ ନଉଠାଇବାରୁ ସାଙ୍ଗ ସୋମନାଥକୁ ଘରକୁ ଯିବା ପାଇଁ କହିଥିଲେ। ସେଠାରେ ଯାଇ ଠାକୁର ଘରେ ଦୁହିଁଙ୍କର ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଖବର ପାଇବା ପରେ ଗାଁ ଲୋକେ ଉକ୍ତ ସ୍ଥାନରେ ରୁଣ୍ଡ ହୋଇଯାଇଥିଲେ । ଖବର ପାଇ ବ୍ରହ୍ମବରଦା ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି । ତେବେ ଘରର କାନ୍ଥରେ ତିନି ଭଉଣୀଙ୍କ ପାଇଁ ଜୀବନ ହାରିଲେ ବୋଲି ଲେଖା ଯାଇଥିବା ଦେଖିବାକୁ ମିଳିଛି । କୌଣସି ଚାପ କିମ୍ବା ମାନସିକ ଭାରସାମ୍ୟ ହରାଇ ଦୁହେଁ ଏଭଳି ପଦକ୍ଷେପ ନେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।

    Maximum 500 characters

    ତାଜା ଖବର View all

    Find Us on Facebook