Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଦୁଃଖଦ ଘଟଣା: ନୂଆବର୍ଷରେ ଆତ୍ମହତ୍ୟା କଲେ ଛାତ୍ରୀ

    Share on :
    ajab-Image
    Date: Jan 1, 2022    Views: 2860

    ଭୁବନେଶ୍ୱର: ନୂଆବର୍ଷରେ ସାରା ଦେଶ ଉସôବମୁଖର ଥିବାବେଳେ, ରାଜଧାନୀ ଭୁବନେଶ୍ୱରରେ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପାଇଁ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି  । ସୃଷ୍ଟି ଏକାଡେମୀ ଅଫ ମ୍ୟାନେଜମେଣ୍ଟର ହଷ୍ଟେଲରେ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସେ ହଷ୍ଟେଲ ରୁମର ଫ୍ୟାନରେ ଝୁଲି ପଡିଥିଲେ । ସୃଷ୍ଟି ଏକାଡେମୀ କର୍ତ୍ତୃପକ୍ଷ ଦେଖିବାପରେ, ଏନେଇ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ ।  ଅଭିଯୋଗ ପରେ ପୋଲିସ ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇଛି । ଏହା ସହ ମୃତୁ୍ୟର କାରଣ ଜାଣିବା ପାଇଁ ପୋଲିସ୍ ତଦନ୍ତ ଜାରି ରଖିଛି । 


    ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ପ୍ରଜ୍ଞା ପରମିତା । ଛାତ୍ରୀଙ୍କ ଘର କୋରାପୁଟ ସୁନାବେଡା ବୋଲି ଜଣାପଡିଛି  । ସେ ଏମବିଏ ଦ୍ୱିତୀୟ ବର୍ଷ ଛାତ୍ରୀ ଥଲେ । ତେବେ କାହଁକି ସେ ଆତ୍ମହତ୍ୟା କଲେ, ତା’ର କାରଣ ଜଣାପଡିନାହିଁ ।  

    Maximum 500 characters

    ସଂସ୍କୃତି View all

    Find Us on Facebook