Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ମିଳିଲା ମଞ୍ଜୁରୀ: ମହାକାଳପଡାରେ ଷ୍ଟିଲ ପ୍ଲାଣ୍ଟ

    Share on :
    ajab-Image
    Date: Dec 18, 2021    Views: 4706

    ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରେ ପ୍ରତିଷ୍ଠା ହେବ ଷ୍ଟିଲ ପ୍ଲାଣ୍ଟ । ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଦ୍ବାରା ପ୍ରସ୍ତାବିତ ସମନ୍ବିତ ଷ୍ଟିଲ ପ୍ଲାଣ୍ଟକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବୈଠକରେ ଏହି ମଞ୍ଜୁରୀ ମିଳିଛି । ୧ ଲକ୍ଷ ୨ ହଜାର ୨୭୫ କୋଟି ଟଙ୍କା ପୁଞ୍ଜି ନିବେଶ ଦ୍ବାରା ବାର୍ଷିକ ୨୪ ମେଟ୍ରିକ ଟନ ଉତ୍ପାଦନ କ୍ଷମତା ରଖୁଥିବା ଏହି ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏହି ପ୍ଲାଣ୍ଟରେ ୧୬ ହଜାରରୁ ଉର୍ଦ୍ଧ୍ବ ପ୍ରତ୍ୟକ୍ଷ ତଥା ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ।
    ଏହା ପ୍ରତିଷ୍ଠା ପରେ ଏହି ବୃହତ ପ୍ରକଳ୍ପଟି ସମଗ୍ର ଦେଶରେ ସର୍ବବୃହତ ଇସ୍ପାତ କାରଖାନାର ମାନ୍ୟତା ହାସଲ କରିବ । କେନ୍ଦ୍ରାପଡାର ନିଜ ଉତ୍ପାଦନ କ୍ଷେତ୍ରରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରି ପରିବେଶ ଅନୁକୂଳ ଓ ବହୁବିଧ ବିଶେଷତା ସମ୍ପନ୍ନ ଇସ୍ପାତ ଉତ୍ପାଦନ କରିବ । ଏହା ସହ ଏହି ପ୍ଲାଣ୍ଟ ବାର୍ଷିକ ୧୮.୭୫ ମେଟ୍ରିକ ଟନ ସିମେଣ୍ଟ ଉତ୍ପାଦନ କରିବାର କ୍ଷମତା ପ୍ରାପ୍ତ ହେବ । ଏହି କାରଖାନାକୁ ଦେଶର ଅନ୍ୟତମ ସର୍ବବୃହତ ସିମେଣ୍ଟ କାରଖାନାରେ ପରିଣତ ହେବାର ଗୌରବ ପ୍ରଦାନ କରିବ । ଯାହା ଅଞ୍ଚଳର ଭିତ୍ତିଭୂମିର ବିକାଶକୁ ତ୍ବରାନ୍ବିତ କରିବାରେ ସହାୟକ ହେବ । ଇସ୍ପାତ କମ୍ପ୍ଲେକ୍ସ ସହିତ କମ୍ପାନୀ ଅନୁପ୍ରବାହ ପ୍ରକଳ୍ପ ପାର୍କ ପ୍ରକଳ୍ପ ପ୍ରତିଷ୍ଠା କରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରିବ । ।ଏହି ବୃହତ ପ୍ରକଳ୍ପ ବିଭିନ୍ନ ପର୍ୟ୍ୟାୟରେ ୭ ବର୍ଷରେ ସମ୍ପୂର୍ଣ୍ଣ ହେବ । ଏହି ବୃହତ ପୁଞ୍ଜି ବିନିଯୋଗ ସହିତ ଓଡିଶା ବିଗତ ୧୨ ମାସ ମଧ୍ୟରେ ୨.୭୦ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ନିବେଶ ପ୍ରାପ୍ତ ହେବ । ଏହା ସହିତ ଅନ୍ୟୁନ ୭୭ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁନିଶ୍ଚିତ କରିବାର ଉପଲବ୍ଧି ହାସଲ କରିଛି । ଓଡିଶା ସମଗ୍ର ଦେଶରେ ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ ହିସାବରେ ଗୌରବ ମଣ୍ଡନ କରୁଛି । ଏହି ପରି ବୃହତ ପ୍ରକଳ୍ପର ପ୍ରତିଷ୍ଠା ଦ୍ବାରା ୨୦୩୦ ସୁଦ୍ଧା ରାଜ୍ୟ ବାର୍ଷିକ ୧୦୦ ମେଟ୍ରିକ ଟନ ଇସ୍ପାତ ଉତ୍ପାଦନ କରିବାର କ୍ଷମତା ହାସଲ କରି ପାରିବ ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook