Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତ-ଶ୍ରୀଲଙ୍କା ଶେଷ ଦିନିକିଆ

    Share on :
    ajab-Image
    Date: Jan 15, 2023    Views: 3655

    ଥିରୁଅନନ୍ତପୁରମ  : ରବିବାର ଘରୋଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ଖେଳାଯିବ । ପ୍ରଥମ ୨ଟି ମ୍ୟାଚ୍‌ ଜିତି ସାରିଥିବାରୁ ଭାରତ ନିକଟରେ ସିରିଜ୍‌ ମୂଳପୋଛ କରିବାର ସୁଯୋଗ ରହିଛି । ଅନ୍ୟପଟେ ଶ୍ରୀଲଙ୍କା ସାନ୍ତ୍ୱନାମୂଳକ ବିଜୟ ସହ ଗସ୍ତ ଶେଷ କରିବାକୁ ପ୍ରସ୍ତୁତି କରିଛି ।

    ରୋହିତ ବାହିନୀ ପ୍ରଥମ ୨ଟି ମ୍ୟାଚ୍‌ରେ ଆଧିପତ୍ୟ ଜାରି ରଖି ସିରିଜ କବ୍‌ଜା କରିସାରିଛି । ତେଣୁ ରବିବାର ମ୍ୟାଚ୍‌ରେ ଏକାଦଶରେ ପରିବର୍ତ୍ତନ କରିବାର ସମୟ ଆସିଛି । ଷ୍ଟାର୍‌ ବ୍ୟାଟର ସୂର୍ୟ୍ୟକୁମାର ଯାଦବ ଓ ଈଶାନ କିଷନ ପ୍ରଥମ ୨ଟି ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିଲେ ।ମ୍ୟାଚ୍‌ରେ ଉଭୟଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି ।

    ରୋହିତ, ଶୁଭମନ ଗିଲ୍‌ ଓ ବିରାଟ କୋହଲି ପ୍ରଥମ ଦିନିକିଆର ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ହେଁ ଦ୍ୱିତୀୟ ମ୍ୟାଚ୍‌ରେ ନିରାଶ କରିଥିଲେ । ଏହି ୩ ବ୍ୟାଟରଙ୍କଠୁ ପ୍ରଶଂସକ ବଡ଼ ଇନିଂସ୍‌ ଆଶା ରଖିବେ । କୋହଲି ଆଉ ୬୩ ରନ୍‌ ସଂଗ୍ରହ କଲେ ଦିନିକିଆରେ ସର୍ବାଧିକ ରନ୍‌ ହାସଲକାରୀ ତାଲିକାରେ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେଙ୍କୁ ପଛରେ ପକାଇ ପଞ୍ଚମ ସ୍ଥାନ ଅଧିକାର କରିବେ । ବୋଲିଂ ବିଭାଗରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ ।

    ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ କୌଣସି ଫର୍ମାଟରେ ସିରିଜ ବିଜୟର ସ୍ୱାଦ ଚାଖିନାହିଁ । ଆଗକୁ ଦିନିକିଆ ବିଶ୍ୱକପ୍‌ ରହିଛି । ତେଣୁ  ଦଳ ସାନ୍ତ୍ୱନାମୂଳକ ବିଜୟ ସହ ଗସ୍ତ କାର୍ୟ୍ୟକ୍ରମ ଶେଷ କରିବାକୁ ପ୍ରୟାସ କରିବ । ପ୍ରଥମ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ପଥୁମ ନିଶଙ୍କା ଆହତ ସମସ୍ୟା ପାଇଁ ଦ୍ୱିତୀୟ ମ୍ୟାଚ୍‌ରୁ ବାଦ ପଡ଼ିଥିଲେ । ରବିବାର ସେ ଏକାଦଶକୁ ଫେରିବା ସମ୍ଭାବନା ରହିଛି । ତାଙ୍କ ସ୍ଥାନରେ ଖେଳିଥିବା ଏନ୍‌ ଫର୍ଣ୍ଣାଣ୍ଡୋ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ସେହିପରି ଚରିଥ ଆଶାଲଙ୍କା ମଧ୍ୟ ଏକାଦଶକୁ ଫେରିପାରନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook