ମୁଖ୍ୟ ଖବର
ସିଡ୍ନୀ: ଭାରତୀୟ ଦିନିକିଆ ଦଳର ଉପଅଧିନାୟକ ଶ୍ରେୟସ ଆୟର ଆହତ ହୋଇଛନ୍ତି। ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଆଲେକ୍ସ କ୍ୟାରୀଙ୍କ କ୍ୟାଚ୍ ଧରିବା ବେଳେ ଆୟର ଆହତ ହୋଇଥିଲେ। ତାଙ୍କର ବାମ ପଞ୍ଜରା ହାଡ଼ରେ ଆଘାତ ଲାଗିଛି। ଫଳରେ ଅତିକମ୍ରେ ୩ ସପ୍ତାହ ଲାଗି ଆୟର କ୍ରିକେଟ୍ରୁ ବାଦ୍ପଡ଼ିବେ। ମ୍ୟାଚ୍ ପରେ ଆୟରଙ୍କୁ ସ୍କାନିଂ ପାଇଁ ନିଆ ଯାଇଥିଲା। ଏଥିରୁ ଜଣା ପଡ଼ିଥିଲା ତାଙ୍କ ପଞ୍ଜରା ହାଡ଼ରେ ଝଟ୍କା ଲାଗିଛି। ତେଣୁ ଆୟର ଯନ୍ତ୍ରଣା ଅନୁଭବ କରୁଛନ୍ତି। ଆୟରଙ୍କୁ ବିଶ୍ରାମ ନେବାକୁ କୁହାଯାଇଛି। ଭାରତ ଫେରିବା ପରେ ଆୟର ବେଙ୍ଗାଲୁରୁର ବିସିସିଆଇ ଉତ୍କର୍ଷ କେନ୍ଦ୍ର (ସିଓଇ)ରେ ଯାଇ ଅଭ୍ୟାସ କରିବେ। ସେଠାରୁ ଫିଟ୍ନେସ ପ୍ରମାଣପତ୍ର ପାଇଲେ ତାଙ୍କୁ ଭାରତୀୟ ଦଳ ପାଇଁ ଖେଳିବାର ସୁଯୋଗ ମିଳିବ। ଯଦି ତାଙ୍କ ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବ; ଦେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ମଧ୍ୟ ଆୟର ଖେଳିବା ଅସମ୍ଭବ। ଏହି ଶୃଙ୍ଖଳା ନଭେମ୍ବର ୩୦ରୁ ଆରମ୍ଭ ହେଉଛି।
Comments ସମସ୍ତ ମତାମତ