Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଗକୁ ବିଧାନସଭା ନିର୍ବାଚନ: ଆଜି ବୈଠକ କରିବେ ସୋନିଆ

    Share on :
    ajab-Image
    Date: Oct 26, 2021    Views: 3612

    ନୂଆଦିଲ୍ଲୀ: ଆଗକୁ ଆସୁଛି ବିଧାନସଭା ନିର୍ବାଚନ। ଏ ନେଇ ଘନ ଘନ ବୈଠକ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ ।  ଆଜି ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ଆଲୋଚନା କରିବା ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମୁଖ୍ୟ ଦଳର ନେତାଙ୍କ ସହ ଏଆଇସିସି ମୁଖ୍ୟାଳୟରେ ଏକ ବୈଠକ କରିବେ।
     ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ମୁଖ୍ୟାଳୟରେ କଂଗ୍ରେସର ସାଧାରଣ ସଚିବ ତଥା ରାଜ୍ୟ ଦାୟିତ୍ବରେ ଥିବା ନେତାଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହେବ । ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବ କଂଗ୍ରେସ । ସଦସ୍ୟତା, ତାଲିମ ଓ ନିର୍ବାଚନ ପାଇଁ ହେବାକୁ ଥିବା ବିଭିନ୍ନ କାର୍ୟ୍ୟକ୍ରମ ନେଇ ରଣନୀତି ଉପରେ ଆଲୋଚନା ହେବ। ଗଣମାଧ୍ୟମକୁ ସୂଚନା ଦେଇ ସୋନିଆ ଗାନ୍ଧୀ କହିଛନ୍ତି ପ୍ରଦେଶ କଂଗ୍ରେସ କମିଟିର ସଭାପତିମାନେ ମଧ୍ୟ ଏହି ବୈଠକରେ ଯୋଗଦେବେ ।
    ପୂର୍ବରୁ ଅକ୍ଟୋବର ୧୬ରେ କଂଗ୍ରେସ କାର୍ୟ୍ୟକାରିଣୀ କମିଟି ଏକ ବୈଠକ କରିଥିଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook