Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଉଚ୍ଚତର ଗବେଷଣା ନିମନ୍ତେ ସୋଆରେ ମାଇକ୍ରୋଗ୍ରିଡ୍‌ ରିସର୍ଚ୍ଚ ଲ୍ୟାବ୍‌ ଉଦ୍‌ଘାଟିତ

    Share on :
    ajab-Image
    Date: Jun 22, 2022    Views: 3847

    ଭୁବନେଶ୍ୱର:  ମାଇକ୍ରୋଗି୍ରଡ୍ ଆପ୍ଲିକେସନ୍ସର ବ୍ୟବହାର କ୍ଷେତ୍ରରେ ଉଚ୍ଚତର ଗବେଷଣାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ଇଲେକ୍ଟି୍ରକାଲ୍ ଇଞ୍ଜିନିୟରିଂ ବିଭାଗରେ ସୋମବାର ଏକ ମାଇକ୍ରୋଗ୍ରିଡ୍ ରିସର୍ଚ୍ଚ ଲାବୋରେଟୋରି ଉଦ୍ଘାଟିତ ହୋଇଯାଇଛି । 

    ଲାବୋରେଟୋରିରେ ଓପାଲ୍-ଆର୍ଟି ୪୫୧୦ ସିମୁଲେସନ୍ ସିଷ୍ଟମର ପ୍ରବର୍ତନ କରାଯାଇଛି ଯାହା ଉଭୟ ଗି୍ରଡ୍ କନେକ୍ଟେଡ ଏବଂ ଆଇଲ୍ୟାଣ୍ଡ ମୋଡ୍ରେ ମାଇକ୍ରୋଗି୍ରଡ୍ର ସିମୁଲେସନ୍ କରିବାକୁ ସାହାଯ୍ୟ କରିବ ବୋଲି ଇଲେକ୍ଟି୍ରକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ରେଣୁ ଶର୍ମା କହିଛନ୍ତି । 

    ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ଏହି ଲ୍ୟାବ୍କୁ ଉଦ୍ଘାଟନ କରିଥିବା ବେଳେ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ସୋଆ ପରିଚାଳିତ ସେଂଟର୍ ଫର୍ ନାନୋ ସାଇନ୍ସେସ୍ ଆଣ୍ଡ ନାନୋ ଟେକ୍ନୋଲୋଜି ନିଦେ୍ର୍ଧଶକ ପ୍ରଫେସର କୁଳମଣି ପରିଡା, କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ଏବଂ କମ୍ପୁ୍ୟଟର୍ ସାଇନ୍ସ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । 

    ମ୍ୟାଟ୍ଲ୍ୟାବ୍/ ସିମୁଲିଙ୍କ ଓ ଓପାଲ୍-ଆର୍ଟି ଲ୍ୟାବ୍ ସହିତ ଯୋଡି ହୋଇଥିବା ଏହି ଲ୍ୟାବ ତ୍ୱରିତ ଗତିରେ ଜଟିଳ କାର୍ଯ୍ୟ ଗୁଡ଼ିକ ସମ୍ପନ୍ନ କରିବାରେ ସହାୟକ ହେବ ବୋଲି ପ୍ରଫେସର ଶର୍ମା କହିଥିଲେ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook