Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏଭେରେଷ୍ଟ ଶିଖରରେ ଉଡିଲା ପତିତପାବନ ବାନା ଓ ଓଡିଆ ପାଇକ ପୁଅ ବ୍ୟାନର

    Share on :
    ajab-Image
    Date: May 16, 2022    Views: 3386

    ଭୁବନେଶ୍ୱର: ରବିବାର ଭୋର ୪ଟା ୫ମିନିଟରେ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟ ଆରୋହଣ କରି ରାଜ୍ୟ ପାଇଁ ନୂଆ ଗୌରବ ଆଣିଛନ୍ତି ଓଡିଆ ପୁଅ ସିଦ୍ଧାର୍ଥ ରାଉତରାୟ । ଦୀର୍ଘ ୫୭ ଦିନର ଯାତ୍ରା ପରେ ଶିଖରରେ ପହଞ୍ଚି ଅଲଟ୍ରାମ୍ୟାନ୍ ସିଦ୍ଧାର୍ଥ ଜାତୀୟ ପତକା, ପତିତପାବନ ବାନା ଓ ‘ଓଡିଆ ପାଇକ ପୁଅ’ ଲିଖିତ ବ୍ୟାନର ଦେଖାଇଥିଲେ । ଏ ସମ୍ପର୍କରେ ପ୍ରଥମେ ସୂଚନା ଦେଇଛନ୍ତି ତାଙ୍କ ପିତା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ।

    ଏପରି ଦୁଃସାହାସିକ କାର୍ଯ୍ୟ କରି ଓଡିଆଙ୍କ ସୁନାମ ଓ ଦେଶର ଗୌରବ ବଢାଇଛନ୍ତି ସିଦ୍ଧାର୍ଥ । ସେ ଏକ ପଥର ଉପରେ ବସି ମନୋରମ ଦୃଶ୍ୟକୁ ଉପଭୋଗ କରୁଥିବା ନଜର ଆସୁଛନ୍ତି । ଏଭେରେଷ୍ଟ ଯାତ୍ରା ପୂର୍ବରୁ ସିଦ୍ଧାର୍ଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ । ସଫଳତା ପରେ ବିଧାୟକ ସୁରେଶ ରାଉତରାୟ ଖୁସିରେ ମିଠା ବାଣ୍ଟିଛନ୍ତି । ପ୍ରକାଶଥାଉକି, ସିଦ୍ଧାର୍ଥ ଫେବ୍ରୁଆରିରେ ଆମେରିକାରେ ଅଲଟ୍ରାମ୍ୟାନ୍ ଉପାଧି ପାଇଥିଲେ । ପ୍ରଥମ ଓଡିଆ ଭାବେ ମଧ୍ୟ ୫ବର୍ଷ ତଳେ ଆଇରନ୍ ମ୍ୟାନ୍ ହୋଇଥିଲେ । ଏକାଧିକ ମହାଦେଶୀୟ ଶୃଙ୍ଗ ମଧ୍ୟ ସେ ଆରୋହଣ କରିସାରିଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook