ପୁରୀ: ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନସିଂ ମାଧ୍ୟମରେ ଏହି ବୈଠକ ବସିବ । ଏହି ବୈଠକରେ ଶ୍ରୀମନ୍ଦିର ଖୋଲାଯିବା ପାଇଁ ଦାବି ସମ୍ପର୍କରେ ଆଲୋଚନା ହେବ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସମସ୍ତ ସେବାୟତ, ଛତିଶା ନିଯୋଗର କର୍ମକର୍ତ୍ତା ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ମତାମତ ଦେବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଅଣସେବାୟତ ଭକ୍ତଙ୍କ ପ୍ରବେଶ କଟକଣା ବଳବତ୍ତର ରହିଛି । କରୋନା ସଂକ୍ରମଣ ସ୍ଥିତିର ସମୀକ୍ଷା କରାଯାଇ ଆଜି ମନ୍ଦିର ଖୋଲିବା ନିଷ୍ପତ୍ତି ଗ୍ରହଣ କରାଯିବ ।
କରୋନା ସହଂକ୍ରମଣ ସ୍ଥିତିରେ ସୁଧାର ଆସିଥିବାରୁ ଫେବୃୟାରୀ ୧ତାରିଖଠାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ କେତେକ ସଂଗଠନ ପକ୍ଷରୁ ଦାବି ହୋଇଥିଲା । କେତେକ ପରିଚାଳନା କମିଟି ସଭ୍ୟ ଦୁଇଦିନ ତଳେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏସମ୍ପର୍କରେ ଆଲୋଚନା କରିଥିଲେ ।
Comments ସମସ୍ତ ମତାମତ