Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଏଣିକି ଶ୍ରୀଲିଙ୍ଗରାଜ ମନ୍ଦିରକୁ ଭକ୍ତ ନେଇପାରବେ ଫୁଲ ବେଲ ପତ୍ର

    Share on :
    ajab-Image
    Date: Oct 27, 2021    Views: 3885


    ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଏଣିକି ଲାଗି ହେବ ଭକ୍ତଙ୍କ ଫୁଲ ଓ ବେଲ ପତ୍ର । ଏ ନେଇ ବିଏମସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ କରୋନା ଭୟ ଯୋଗୁଁ ମନ୍ଦିରକୁ କୌଣସି ସାମଗ୍ରୀ ନେବାକୁ ବାରଣ କରାଯାଇଥିଲା । ଏବେ ଭକ୍ତମାନେ ଫୁଲ ବେଲ ପତ୍ର ନେଇ ସେବାୟତଙ୍କୁ ସମର୍ପଣ ପାଇଁ ଦେଇପାରିବେ ।

     ପୂର୍ବ ପରି ଶ୍ରଦ୍ଧାଳୁମାନେ ଆଡ଼କାଠରୁ ଦର୍ଶନ କରିବେ । ପ୍ରକାଶ ଥାଉ କି, ଏବେ କାର୍ତ୍ତିକ ମାସ ଚାଲିଥିବାରୁ ମାସ ତମାମ ଶ୍ରୀ ଜୀଉଙ୍କୁ ଦାମୋଦର ବେଶ କରାଯିବ । ମନ୍ଦିରରେ ସକାଳ ଧୂପରେ ଓ ସନ୍ଧ୍ୟା ଧୂପରେ ଏହି ବେଶ କରାଯାଉଛି । କରୋନା ଭୟ ଯୋଗୁଁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ହବିଷ୍ୟାଳିମାନେ ଯାଉ ନାହାନ୍ତି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook