Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ସବୁ ପତି-ପତ୍ନୀ ପରସ୍ପରକୁ ଏହି କଥା ଲୁଚାଇଥାନ୍ତି , କାହିଁକି ଜାଣନ୍ତି

    Share on :
    ajab-Image
    Date: Feb 4, 2021    Views: 16924

    ବିବାହ ପରେ ପତି ପତ୍ନୀଙ୍କ ସଂପର୍କ ଯେତେ ଭଲ  ବି ହୋଇଥାଉ ନା କାହିଁକି ,  କିନ୍ତୁ ଏହି କଥାକୁ କେବେ ଏଡେଇ ଦିଆଯାଇ ପାରିବ ନାହିଁ ଯେ , ସେମାନେ ପରସ୍ପରକୁ କିଛି କଥା ଲୁଚାଇଥାନ୍ତି । ଏହ ସତ ଯେ ନିଜ ଜୀବନସାଥିକୁ କୌଣସି କଥା ଲୁଚାଇବା ଭଲ ହୋଇନଥାଏ , ହେଲେ  କିଛି ଜିନିଷ ଏମିତି ବି ହୋଇଥାଏ କି  ଯାହାକୁ ବିବାହିତ ଯୋଡ଼ି ପରସ୍ପର ଠାରୁ ଦୂରରେ ରଖିଥାନ୍ତି । ଆଉ କେହି କାହାକୁ ଜଣାଇ ନଥାନ୍ତି ।  

    ଆସନ୍ତୁ ସେହି ବିଷୟରେ ଜାଣିବା –

    ନାଇଟ୍‌ ଆଉଟ୍‌ – ଅଧିକାଂଶ ପୁରୁଷ  ନାଇଟ୍‌ ଆଉଟ୍‌ ସମୟରେ ଗୋଟିଏ ଟେବୁଲ ଚାରିକଡ଼େ ସୁନ୍ଦରୀ ଯୁବତୀଙ୍କ ସହ ବସି ଗପସପ କରିବାକୁ ପସନ୍ଦ କରନ୍ତି । ଏହି ସମୟରେ ସେମାନେ ଅନେକ ବିଷୟରେ କଥା ହୋଇଥାନ୍ତି । ଏହା ପୁରୁଷ ମାନେ ନିଜର ସ୍ତ୍ରୀ ବା ପ୍ରେମିକାକୁ କହିବାକୁ ପସନ୍ଦ କରିନଥାନ୍ତି ।

    ସେପଟେ , ମହିଳାମାନେ ମଧ୍ୟ ନିଜର ପତିଙ୍କୁ ନିଜର ନାଇଟ୍‌ ଆଉଟ୍ ବେଳେ ନିଜର ଏକ୍ସ ସାଥି ବିଷୟରେ ଲୁଚାଇଥାନ୍ତି । ନିଜର ବିବାହର ପୂର୍ବ ସମ୍ୱନ୍ଧ ବିଷୟରେ ନିଜର ପତିଙ୍କୁ କହିବାକୁ ପସନ୍ଦ କରିନଥାନ୍ତି ।


    ସିକ୍ରେଟ କ୍ରସ୍‌ – ସବୁ ପତି-ପତ୍ନୀ ଏହା ଭାବି ଥାନ୍ତି ଯେ,  ଏହୁ ଦୁଇ ଜଣ  ପରସ୍ପର ପାଇଁ  ଆଦର୍ଶ  ଯୋଡ଼ି ଏବଂ  ସେ ଉଭୟଙ୍କୁ ଛାଡ଼ି  କାହାକୁ ବି ପସନ୍ଦ କରନ୍ତି  ନାହିଁ ।  କିନ୍ତୁ  ପୁରୁଷ ଓ ମହିଳାମାନେ ନିଜର ସିକ୍ରେଟ୍‌  କ୍ରସ୍‌ଙ୍କ ସହ  ଭଲ ସମ୍ବନ୍ଧ ରଖିଥାନ୍ତି ।  ଏହା ନିଜର ସବୁଠୁ ଭଲ ବନ୍ଧୁ  ହୋଇପାରନ୍ତି ବା ନିଜର ବସ୍‌ ବା ଆଉ କୌଣସି  ଅଜଣା ବ୍ୟକ୍ତି ହୋଇପାରନ୍ତି । କିନ୍ତୁ ପତି-ପତ୍ନୀ କେବେ ଏମିତି ବିଷୟକୁ ନିଜର ପାର୍ଟନରକୁ  ଶେୟାର  କରିବାକୁ ଚାହିଁନଥାନ୍ତି ।

    ଯୌନ କଳ୍ପନା –  ଅଧିକାଂଶ ପୁରୁଷ  ସାଧାରଣରେ  ନିଜର ପତ୍ନୀଙ୍କୁ  ନିଜର ଯୌନ କଳ୍ପନା ବା ଇଚ୍ଛା ବିଷୟରେ କିଛି କହିନଥାନ୍ତି । ସେ ଭାବିଥାନ୍ତି , ଏମିତି କଲେ ସେମାନଙ୍କର ଚରିତ୍ର ଉପରେ ଖରାପ ପ୍ରଭାବ ପଡ଼ିପାରେ । ତାଙ୍କର ପତ୍ନୀ ତାଙ୍କୁ ଘୃଣା କରିପାରନ୍ତି । ଆଉ ତାଙ୍କୁ ସନ୍ଦେହ କରିପାରନ୍ତି ।

    ପତ୍ନୀ ମଧ୍ୟ ସମାନ ଭାବେ  ନିଜର ପତିଙ୍କୁ  ନିଜର ସେକ୍ସ ଲାଇଫ୍‌‌ ବା  ଏହା ସଂପର୍କୀୟ  କୌଣସି ବିଷୟ ଉପରେ  ଖୋଲାଖୋଲା  କଥା ହେବାକୁ ପସନ୍ଦ କରିନଥାନ୍ତି । ସେ କେବେ ବି କୌଣସି କାମକୁ ପ୍ରଥମେ ଆରମ୍ଭ କରନ୍ତି ନାହିଁ , କାରଣ ସେମାନେ ଭାବି ଥାନ୍ତି କି ଏମିତି କଲେ ତାଙ୍କ ସ୍ୱାମୀ ତାଙ୍କୁ ସନ୍ଦେହ କରିବା ଆରମ୍ଭ କରିଦେବେ ।


    ଅନ୍ତରଙ୍ଗ ସମ୍ୱନ୍ଧ   ସମୟରେ  ମଧ୍ୟ ନିଜର ପସନ୍ଦ –ନାପସନ୍ଦକୁ ଜାହିର କରିନଥାନ୍ତି । ଅନେକ ମହିଳା ଭାବିଥାନ୍ତ କି ଯଦି ସେ ନିଜର ଯୌନ  ଇଚ୍ଛାକୁ  କହିବେ ତ ସ୍ୱାମୀ ତାଙ୍କ ବିଷୟରେ ଅଧିକା କିଛି ଭାବିନେବେ ।

    ସୋସିଆଲ ମିଡ଼ିଆ ଆକାଉଣ୍ଟ – ଫେସ୍‌ବୁକ୍‌ –ଇଷ୍ଟାଗ୍ରାମ ଓ ଟ୍ୱିଟର ଭଳି ସୋସିଆଲ୍‌ ପ୍ଲାଟଫର୍ମ ଆଜିର ସମୟରେ ସମ୍ବନ୍ଧ ଯୋଡ଼ିବାରେ ପ୍ରମୁଖ ଭୂମିକା ସାଜିଛି ।  ଅଧିକାଂଶ ପତି-ପତ୍ନୀ  ନିଜର ପବ୍ଲିକ୍‌ ଆକାଉଣ୍ଟ ବ୍ୟତୀତ  ଏକ ପ୍ରାଇଭେଟ୍‌ ଆକାଉଣ୍ଟ ମଧ୍ୟ ରଖିଥାନ୍ତି ।  ଯେଉଁଥିରେ ସେ  ନିଜର ପୂର୍ବ  ପ୍ରେମିକ-ପ୍ରେମିକାଙ୍କ ସହ ସଂପର୍କ ରଖିଥାନ୍ତି ।

    ଖାଲି ଏତିକି ନୁହେଁ ,  ପତି-ପତ୍ନୀ ଏହି ଆକାଉଣ୍ଟକୁ ଗୁପ୍ତରେ ବ୍ୟବହାର କରି ପରସ୍ପରକୁ ମଧ୍ୟ ନଜର ରଖିଥାନ୍ତି ।  ଉଭୟଙ୍କର ଲକ୍ଷ୍ୟ ଯାହା ବି ହେଉ, କିନ୍ତୁ  ସେ କେବେ ବି ଏହି ବିଷୟରେ  ପରସ୍ପରକୁ କହିନଥାନ୍ତି । 

    Maximum 500 characters

    ଘରକରଣ View all

    Find Us on Facebook