Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କୋଭିଡ କଟକଣା ମଧ୍ୟରେ ଖୋଲିଲା ଅଷ୍ଟମଶ୍ରେଣୀ, ଚନ୍ଦନ ଟିପା ଲଗାଇ ପିଲାଙ୍କୁ ସ୍ୱାଗତ

    Share on :
    ajab-Image
    Date: Oct 25, 2021    Views: 3919

    ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ଦୀର୍ଘ ୧୮ମାସ ଧରି ବନ୍ଦ ରହିଥିବା ସ୍କୁଲ ଖୋଲିଛି । ସ୍କୁଲରେ ଶ୍ରେଣୀ ଗୃହରେ ବସି ପାଠ ପଢିବା ପାଇଁ ପିଲାମାନେ ଅତ୍ୟନ୍ତ ଖୁସି ଅଛନ୍ତି । ଉଭୟ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉସôାହ ଦେଖିବାକୁ ମିଳିଛି । ତେବେ ସମସ୍ତ ପ୍ରକାର କୋଭିଡ ଗାଇଡଲାଇନ ମାନି ବିଦ୍ୟାଳୟରେ ଅଫଲାଇନ ଶିକ୍ଷାଦାନ କରାଯିବ ବୋଲି ମନ୍ତ୍ରୀ ସମୀର ଦାସ କହିଛନ୍ତି ।
     
    ବିଦ୍ୟାଳୟରେ ୯ରୁ ୧୨ଟା ପର୍ଯ୍ୟନ୍ତ ଶିକ୍ଷାଦାନ କରାଯିବ । ଏହାସହିତ ସମସ୍ତ କରୋନା କଟକଣା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ସାନିଟାଇଜେସନ ଉପରେ ଗୁରୁତ୍ୱ ଦିଆଯାଇ ଆଜି ବିଦ୍ୟାଳୟ ଖୋଲିଛି । ଏହାସହିତ ଆଜି ପିଲାଙ୍କ ଶରୀରର ତାପମାତ୍ରା ମପାଯାଇ ବିଦ୍ୟାଳୟ ଭିତରକୁ ପ୍ରବେଶ ଅନୁମତି ମିଳିଛି । କେତେକ ସ୍ଥାନରେ ପିଲାଙ୍କୁ ଚନ୍ଦନ ଟିପା ଲଗାଇ ବିଦ୍ୟାଳୟକୁ ମଧ୍ୟ ସ୍ୱାଗତ କରାଯାଇଛି । 


    ସୂଚନା ଅନୁସାରେ କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିଥିଲା । ପିଲାମାନେ ଘରେ ରହି ଅନଲାଇନ ମାଧ୍ୟମରେ ଶିକ୍ଷାଲାଭ କରୁଥିଲେ । ଅନେକ ଅଞ୍ଚଳରେ ନେଟୱାର୍କ ସମସ୍ୟା ଯୋଗୁଁ ଅନଲାଇନ୍ ଶିକ୍ଷାଦାନରୁ ଅନେକ ପିଲା ବଞ୍ଚିତ ହେଉଥିଲେ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook