Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    SCBକୁ ଯାନବାହନ ପ୍ରବେଶ ଉପରେ ଲାଗିଲା କଟକଣା

    Share on :
    ajab-Image
    Date: Nov 24, 2021    Views: 3727

    କଟକ: SCB ବଡ଼ ମେଡିକାଲକୁ ଯାନବାହନ ପ୍ରବେଶ ଉପରେ ଲାଗିଲା କଟକଣା । ଉଭୟ ରାଣୀହାଟ ଓ ମଙ୍ଗଳାବାଗ ମୁଖ୍ୟ ଗେଟ ନିକଟରେ ମୁତୟନ ହେଲେ ସିକ୍ୟୁରିଟି । ରୋଗୀଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା ଝଉଈ କର୍ତ୍ତୃପକ୍ଷ କହିଛନ୍ତି ।

    ଅନୁଯାୟୀ, ଦିନକୁ ୨୦ ହଜାରରୁ ଊର୍ଦ୍ଧ୍ବ ଲୋକେ SCB  ଆସୁଛନ୍ତି । ସେମାନଙ୍କ ସହ ଗାଡି ମଧ୍ୟ ହସ୍ପିଟାଲ ପରିସର ମଧ୍ୟକୁ ଆସୁଛି। ଯାହାଦ୍ୱାରା ଗହଳି ହେବା ସହ ହର୍ଣ୍ଣ ବାଜିବା ଦ୍ୱାରା ରୋଗୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଏହି କଟକଣା ଲାଗିବା ପରେ ଏସବି ପରିସରରେ ଶାନ୍ତି ବଜାୟ ରହିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।ଏହାସହ ପାର୍କିଂ ପାଇଁ ମେଡିକାଲ ବାହାରେ ମଧ୍ୟ ଆରମ୍ଭ ହୋଇଛି ପ୍ରକ୍ରିୟା । ସେଠାରେ ଗାଡି ରଖି ମେଡିକାଲକୁ ପ୍ରବେଶ କରିହେବ । ସାଧାରଣ ଲୋକେ ଏହାକୁ ମାନିବା ଦରକାର । ତେବେ ଜରୁରୀକାଳୀନ ଅବସ୍ଥାରେ ଗାଡି ଓ ଆମ୍ବୁଲାନ୍ସକୁ ହସ୍ପିଟାଲ ପରିସରକୁ ପ୍ରବେଶ ଥିବା ସ୍ପଷ୍ଟ କରିଛନ୍ତି କର୍ତ୍ତୃପକ୍ଷ ।

    Maximum 500 characters

    ତାଜା ଖବର View all

    Find Us on Facebook