Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଜୋତା ପିନ୍ଧି ପାଦ ଫୋଟକା ହେଉଥିଲେ, ଏହା କରନ୍ତୁ

    Share on :
    ajab-Image
    Date: Oct 27, 2021    Views: 2482

    ଅନେକ ସମୟରେ ଜୋତା ବା ସାଣ୍ଡାଲ ପିନ୍ଧିବା ଦ୍ୱାରା ପାଦରେ ଫୋଟକା ହୋଇଯାଏ । ଏହା ଅଧିକ ଯନ୍ତ୍ରଣା ଦେଇଥାଏ । ଏଥିପାଇଁ ଚାଲିବାକୁ ବହୁତ କଷ୍ଠ ହୋଇଥାଏ । ଯଦି ଆପଣ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଏହି ସବୁ ଉପାୟ ଦ୍ୱାରା ଆପଣ ଏଥିରୁ ମୁକ୍ତି ପାଇପାରିବେ । ଏହି ଉପାୟ ଗୁଡିକ ହେଲା,

    -ଯଦି ଜୋତା ବା ସାଣ୍ଡାଲ ପିନ୍ଧିବା ଦ୍ୱାରା, ପାଦରେ ଫୋଟକା ହୋଇ ଯନ୍ତ୍ରଣା ହେଉଥାଏ ତେବେ, ଫଟୋକା ହୋଇଥିବା ସ୍ଥାନରେ ନିମ୍ବ ଏବଂ ହଳଦୀରୁ ପ୍ରସ୍ତୁତ ପେଷ୍ଟ ଲଗାଇ ପାରିବେ  । ଏହା ଲଗାଇବା ଦ୍ୱାରା ଜଳାପୋଡା କମ୍ ହେବା ସହିତ ଦାଗ ହୋଇ ନଥାଏ  ।

    -ଅଲିଭ୍ ତେଲରେ ବାଦାମକୁ ଗୁଣ୍ଡ କରି ପକାଇ ମିକ୍ସ କରିବେ  । ତାପରେ ସେହି ମିଶ୍ରଣକୁ ନେଇ ସେ ସ୍ଥାନରେ ଲଗାଇ ମାଲିସ୍ କରିବେ  । ଏହାଦ୍ୱାରା ଅତ୍ୟନ୍ତ ଆରାମ ଲାଗିଥାଏ  ।

    - ଏହି କ୍ଷତ ସ୍ଥାନରେ ଆଲୋଭେରା ଜେଲ ଲଗାଇବା ଦ୍ୱାରା ମଧ୍ୟ ଜ୍ୱଳନ କମ୍ ହୋଇଥାଏ  । ନଚେତ୍ ଜୋତା ପିନ୍ଧିବା ପୂର୍ବରୁ ପାଦରେ ପେଟ୍ରୋଲିୟମ ଜେଲି ଲଗାଇବା ଦ୍ୱାରା, ପାଦ ଫୋଟକା ହେବାର ସମ୍ଭାବନା କମ୍ ହୋଇଥାଏ  ।
    -ଜୋତା ପିନ୍ଧିବା ପୂର୍ବରୁ ପାଦରେ ଅଳ୍ପ ପରିମାଣରେ ନଡିଆ ତେଲ ମାଲିସ କରିବା ଦ୍ୱାରା ମଧ୍ୟ ପାଦ ଫୋଟକା ହୋଇନଥାଏ । 

    Maximum 500 characters

    ବିଶେଷ View all

    Find Us on Facebook