Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ଜେରା ହେବେ ୱାଙ୍ଖଡେ

    Share on :
    ajab-Image
    Date: Oct 27, 2021    Views: 3111

    ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ ମାମଲାରେ ଗିର‘ ହୋଇଥିବା ଶାହରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନଙ୍କୁ ମୁକୁଳାଇବା ପାଇଁ ଏନସିବିର ଆଞ୍ଚଳିକ ନିଦେ୍ର୍ଧଶକ ସମୀର ୱାଙ୍ଖଡେ଼ ଓ ଅନ୍ୟ ଅଧିକାରୀଙ୍କ ପକ୍ଷରୁ ୨୫ କୋଟି ଟଙ୍କା ଲାଞ୍ଚ ମାଗାଯାଇଥିବା ନେଇ ଜଣେ ସାକ୍ଷୀଙ୍କ ଦେହରକ୍ଷୀ ଅଭିଯୋଗ କରିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ (ଏନସିବି) ପକ୍ଷରୁ ଏହାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି । ଭିଜିଲାନ୍ସର ୫ ଜଣିଆ ଟିମ ଆଜି ୱାଙ୍ଖଡେ଼ଙ୍କୁ ଏହି ମାମଲାରେ ଜେରା କରିବେ । ଏନସିବିର ଉତ୍ତରାଞ୍ଚଳ ଉପ ମହାନିଦେ୍ର୍ଧଶକ ତଥା ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଜ୍ଞାନେଶ୍ୱର ସିଂହ ଏହି ତଦନ୍ତର ନେତୃତ୍ୱ ନେଉଛନ୍ତି । ସିଂହ କହିଛନ୍ତି ଯେ, ଘଟଣା ବିଷୟରେ ଲୋକେ ସଚେତନ ଅଛନ୍ତି ।

    କ୍ରୁଜ୍ ଡ୍ରଗ୍ ମାମଲାର ଅନ୍ୟତମ ସାକ୍ଷୀ ଗୋସାବିଙ୍କ ବ୍ୟକ୍ତିଗତ ଦେହରକ୍ଷୀ ପ୍ରଭାକର ଶୈଳ ମଧ୍ୟ ସତ୍ୟପାଠରେ ଦାବି କରିଥିଲେ ଯେ, ତାଙ୍କଠାରୁ ଏକ ସାଦା କାଗଜରେ ଦସ୍ତଖତ ନିଆଯାଇଛି । ଆମେ ଏକ ପୋସାଦାର ସଂସ୍ଥା, ଆମ କର୍ମଚାରୀଙ୍କ ବିରୋଧରେ ଆସୁଥିବା ଯେକୌଣସି ଅଭିଯୋଗର ତଦନ୍ତ କରିବା ପାଇଁ ଆମେ ସ୍ୱାଧୀନ । ତଦନ୍ତ ସ୍ୱଚ୍ଛ ଓ ନିରପେକ୍ଷ ହେବ । ଶୈଳଙ୍କ ସତ୍ୟପାଠ ଏବଂ ଆମର ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଡିଜି (ମୁଥା ଅଶୋକ ଜୈନ)ଙ୍କଠାରୁ ମିଳିଥିବା ରିପୋର୍ଟ ଭିତ୍ତିରେ ତଦନ୍ତ କରାଯିବ ବୋଲି ମୁଖ୍ୟ ଭିଜିଲାନ୍ସ ଅ‘ିସର ସିଂହ କହିଛନ୍ତି । ‘ଏହା ପରେ ବି ୱାଙ୍ଖଡେ଼ଙ୍କୁ ଡ୍ରଗ୍ସ ମାମଲାର ତଦନ୍ତ କରିବାକୁ ଦିଆଯିବ କି’ ବୋଲି ପ୍ରଶ୍ନର ଉତ୍ତରରେ ସିଂହ କହିଥିଲେ, ଏତେ ଜଲଦି ଏ ପ୍ରଶ୍ନର ଉତ୍ତର ଦେଇହେବ ନାହିଁ । 

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook