Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ରୋନାଲ୍ଡୋ ରେକର୍ଡ

    Share on :
    ajab-Image
    Date: Jun 17, 2021    Views: 3509

    ବୁଦାପେଷ୍ଟ: ପର୍ତ୍ତୁଗାଲ ଅଧିନାୟକ କି୍ରଷ୍ଟିଆନୋ ରୋନାଲ୍ଡୋ ଚଳିତ ୟୁରୋ ଚାମ୍ପିୟନସିପରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭଙ୍ଗ କରିଚାଲିଛନ୍ତି । ହଙ୍ଗେରୀ ବିପକ୍ଷ ଗ୍ରୁପ ଏଫର ଏକ ମ୍ୟାଚରେ ରୋନାଲ୍ଡୋ ୨ଟି ଗୋଲ କରିଥିଲେ । ଫଳ ସ୍ୱରୂପ ତାଙ୍କ ନାମରେ ଏକାଧିକ ରେକର୍ଡ ଯୋଡ଼ି ହୋଇ ଯାଇଥିଲା । 

    ୟୁରୋ ଚାମ୍ପିଅନସିପ ଇତିହାସରେ ରୋନାଲ୍ଡୋ ସର୍ବାଧିକ ଗୋଲ ସ୍କୋର କରିବାରେ ରେକର୍ଡ ସ୍ଥାପନ କରିଥିଲେ । ସେ କେବଳ ୟୁରୋରେ ମୋଟ ୧୧ଟି ଗୋଲ ସ୍କୋର କରିସାରିଛନ୍ତି । ପୂର୍ବରୁ ଏହି ରେକର୍ଡ ମାଇକେଲ ପ୍ଲାଟିନିଙ୍କ ନାମରେ ରହିଥିଲା । ସେ ୟୁରୋରେ ୯ଟି ଗୋଲ କରିଥିଲେ ।

    ପର୍ତ୍ତୁଗାଲ ପକ୍ଷରୁ ରୋନାଲ୍ଡୋ ସର୍ବାଧିକ ୧୦୬ଟି ଗୋଲ ସ୍କୋର କରିସାରିଛନ୍ତି । ଅନ୍ତର୍ଜାତୀୟ ଫୁଟବଲରେ ସର୍ବାଧିକ ଗାଲ ରେକର୍ଡ ଇରାନର ଅଲି ଡାଇଙ୍କ ନାମରେ ରହିଛି । ସେ ୧୦୯ଟି ଗୋଲ କରିଥିଲେ । ରୋନାଲ୍ଡୋ ଆଉ ୪ଟି ଗୋଲ କଲେ ତାଙ୍କ ରେକର୍ଡ ଭଙ୍ଗ କରିବେ ।
    ବିଶ୍ୱର ପ୍ରଥମ ଖେଳାଳି ଭାବେ ସେ ୫ଟି ୟୁରୋ ଚାମ୍ପିୟନସିପ ଖେଳିବାରେ ସୌଭାଗ୍ୟ ଅର୍ଜନ କରିଛନ୍ତି । ୨୦୦୪ ୟୁରୋରେ ରୋନାଲ୍ଡୋ ପଦାର୍ପଣ କରିଥିଲେ । ଏହା ପରଠୁ ସେ ସମସ୍ତ ସଂସ୍କରଣରେ ଖେଳିଛନ୍ତି । 
    ପ୍ରଥମ ଖେଳାଳି ଭାବେ ରୋନାଲ୍ଡୋ ଉଭୟ ୟୁରୋ ଓ ବିଶ୍ୱକପକୁ ମିଶାଇ ୩୯ଟି ମ୍ୟାଚ ଖେଳି ସାରିଛନ୍ତି । ତାଙ୍କ ପୂର୍ବରୁ ଏହି ରେକର୍ଡ ଜର୍ମାନୀର ବଷ୍ଟିଆନ ସ୍ୱିନଷ୍ଟିଗାଙ୍କ ନାମରେ ରହିଥିଲା । ସେ ଉଭୟ ବିଶ୍ୱକପ ଓ ୟୁରୋରେ ମୋଟ ୩୮ଟି ମ୍ୟାଚ ଖେଳିଥିଲେ ।

    Maximum 500 characters

    ଆମ ସମସ୍ୟା View all

    Find Us on Facebook