Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ବିଶ୍ୱରେକର୍ଡ କରିବେ ରୋନାଲ୍ଡୋ

    Share on :
    ajab-Image
    Date: Jun 25, 2021    Views: 3068

    ବୁଦାପେଷ୍ଟ : ଷ୍ଟାର ଫୁଟବଲ ଖେଳାଳି କି୍ରଷ୍ଟିଆନୋ ରୋନାଲ୍ଡୋ ପର୍ତ୍ତୁଗାଲ ପାଇଁ ୧୦୯ ଅନ୍ତର୍ଜାତୀୟ ଗୋଲ ସ୍କୋର କରିଛନ୍ତି । ୟୁରୋ କପରେ ଫ୍ରାନ୍ସ ବିପକ୍ଷ ମ୍ୟାଚରେ ୨ ଗୋଲ ସ୍କୋର କରି ସେ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି । ଏଥିସହ ଅନ୍ତର୍ଜାତୀୟ ସ୍ତରରେ ପୁରୁଷ ଫୁଟବଲ ଖେଳାଳି ଭାବେ ସର୍ବାଧିକ ଗୋଲ ସ୍କୋରର ହେବାର ସେ ଇରାନର ଅଲି ଡାଇ’ଙ୍କ ସହ ସମକକ୍ଷ ହୋଇଛନ୍ତି । ୧୯୯୩ ରୁ ୨୦୦୬ ପର୍ଯ୍ୟନ୍ତ ଇରାନ ପାଇଁ ପ୍ରତିନିଧିତ୍ୱ କରିଥିବା ଅଲି କ୍ୟାରିୟରରେ ମୋଟ ୧୦୯ ଗୋଲ ଦେଇ ଏହି ତାଲିକାରେ ସର୍ବାଗ୍ରେ ରହିଥିଲେ । କିନ୍ତୁ ୩୬ ବର୍ଷୀୟ ରୋନାଲ୍ଡୋ ୧୭୮ ତମ ଅନ୍ତର୍ଜାତୀୟ ମ୍ୟାଚରୁ ଏହି ମ୍ୟାଜିକ ସଂଖ୍ୟା ହାସଲ କରିଛନ୍ତି । ଆଉ ଗୋଟିଏ ଗୋଲ କଲେ ସେ ବିଶ୍ୱର ସର୍ବାଧିକ ଅନ୍ତର୍ଜାତୀୟ ଗୋଲ କରିଥିବା ପୁରୁଷ ଫୁଟବଲରୁ ହେବେ । ବତ୍ତର୍ମାନ ଖେଳ ଜାରି ରଖିଥିବା ଖେଳାଳିଙ୍କ ମଧ୍ୟରେ ରୋନାଲ୍ଡୋଙ୍କ ପଛକୁ ୟୁଏଇର ଅଲି ମାବଖାଉଟ (୭୬), ଭାରତର ସୁନୀଲ ଛେତ୍ରୀ (୭୪) ଓ ଆର୍ଜେଣ୍ଟିନାର ଲିଓନେଲ ମେସି (୭୩) ପଛକୁ ରହିଛନ୍ତି ।

    Maximum 500 characters

    ଆମ ସମସ୍ୟା View all

    Find Us on Facebook