Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବରଯାତ୍ରୀ ହୋଇ ଆସିଲେ, ଭୋଜି ଖାଇଲେ, ଗହଣା ନେଇ ଚାଲିଗଲେ

    Share on :
    ajab-Image
    Date: Jan 28, 2022    Views: 2827


    ଭୁବନେଶ୍ୱର: ରାଜଧାନୀରେ ବଢୁଛି ଲୁଟେରା ଗ୍ୟାଙ୍ଗର ଉପôାତ । ଗତକାଲି ରାଜଧାନୀରେ ଫର୍ଣ୍ଣିଚର ଦୋକାନରୁ ଲୁଟ୍ ନେଇଥିବା ଖବର ସାରା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଆଜି ଆଉ ଏକ ଲୁଟ୍ ଘଟଣା ସାମ୍ନାକୁ ଆସିଛି  । ବିବାହ ମଣ୍ଡପରୁ ଅଭିନବ ଉପାୟରେ କନିଆର ସୁନାଗହଣା ଲୁଟିନେଇଛନ୍ତି ଲୁଟେରା ।
    ସୂଚନା ଅନୁସାରେ, କେସୁରା ଛକ ପଲ୍ଲବୀ ମଣ୍ଡପରେ ଧୁମଧାମରେ ଚାଲିଥିଲା ବାହାଘର । ବରଯାତ୍ରୀ ଆସିଲେ, ଭୋଜି ଭାତ ଖାଇଲେ । ଆଉ କିଛି ସମୟ ପରେ ଜଣାପଡିଲା କନିଆର ଗହଣା କେଉଁଆଡେ ଗାଏବ୍ ହୋଇଯାଇଛି  । ସବୁଆଡେ ଖୋଜାଖୋଜି କରିବା ପରେ ଗହଣା ବ୍ୟାଗ୍ ନମିଳିବାରୁ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ ପରିବାର ଲୋକେ । ସିସିଟିଭିରେ ଯାହା ଦେଖିଲେ ତାହା ସମସ୍ତଙ୍କୁ ଚକ୍କିତ କରିଦେଲା । ବରଯାତ୍ରୀ ବେଶରେ ଆସିଥିବା ଦୁଇ ଲୁଟେରା ଗହଣା ବ୍ୟାଗକୁ ନେଇ ଚମ୍ପଟ ମାରିଥିବା ଦୃଶ୍ୟ ପୂରା ସିସିଟିଭିରେ କଏଦ୍ ହୋଇଥିଲା । 
    ବରଯାତ୍ରୀ ସହିତ ପରଫେକ୍ଟ ସୁଟରେ ଆସିଥିଲେ ଦୁଇ ଲୁଟେରା । ଜଣଙ୍କ ବୟସ ୧୦ରୁ ୧୨ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କ ବୟସ ହେବ ପାଖା ପାଖି ୩୦ରୁ ୩୨ ବର୍ଷ । ବେଶ ଦେଖି କେହି ଭାବିପାରିଲେନି ଯେ ଏମାନେ ଲୁଟେରା ହୋଇଥିବେ ବୋଲି । ବରଯାତ୍ରାଙ୍କ ସହ ବୁଲାବୁଲି କଲେ, ଆଇସକ୍ରିମ୍ ଖାଇଲେ । ମଣ୍ଡପରେ ପାଖାପାଖି ୨୦ ମିନିଟ୍ ରହି ସବୁକିଛି ଅନୁଧ୍ୟାନ କଲେ । ଆଉ ସୁଯୋଗ ଦେଖି କନିଆର ଗହଣା ବ୍ୟାଗକୁ ଧରି ଏକ ଅଲ୍ଟୋ କାରରେ ବସି ଚମ୍ପଟ ମାରିଲେ । ପରେ ସିସିଟିଭି ଚେକ୍ କରିବାରୁ ପୂରା ଘଟଣା ସାମ୍ନାକୁ ଆସିଲା । ସବୁଠୁ ବଡ କଥା ହେଲା ପୁଅ ପକ୍ଷ ଲୋକ ଦୁଇ ଲୁଟେରାଙ୍କୁ ଝିଅଘର ଲୋକ ଭାବୁଥିଲେ, ଆଉ ଝିଅ ପକ୍ଷ ଲୋକ ଲୁଟେରାଙ୍କୁ ବରଯାତ୍ରୀ ଭାବି ଚର୍ଚ୍ଚା କରୁଥିଲେ  ।
    ତେବେ ଗହଣା ବ୍ୟାଗରେ ପ୍ରାୟ ୨ଲକ୍ଷ ଟଙ୍କାର ଗହଣା ଥିଲା । ଲୁଟ ଘଟଣା ସାମ୍ନାକୁ ଆସିବା ପରେ ଏନେଇ ସହିଦ ନଗର ଥାନାରେ ଏକ ମାମଲା ରୁଜୁ ହୋଇଛି  । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook