Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଲୁଟର ହବ୍ ପାଲଟିଛି ଭୁବନେଶ୍ୱର, ଆଜି ଫିଲ୍ମ ଷ୍ଟାଇଲରେ ଲୁଟ କଲେ ଲୁଟେରା

    Share on :
    ajab-Image
    Date: Jan 28, 2022    Views: 3492


    ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ବିଗୁଡିଛି ରାଜଧାନୀର ଆଇନ ଶୃଙ୍ଖଳା  । ପୋଲିସ୍ ଆଖିରେ ଧୂଳି ଦେଇ ଲୁଟେରା ତିଆରି କରୁଛନ୍ତି ଲୁଟର ବ୍ଲୁ ପ୍ରିଣ୍ଟ । ପୋଲିସ୍ ଓ ଲୁଟେରାର ଛକାପଞ୍ଝାରେ ବଳି ପଡୁଛନ୍ତି ସାଧାରଣ ଜନତା । 
    ଗତକାଲି ଭୁବନେଶ୍ୱରରେ ଏକ ଫର୍ଣ୍ଣିଚର ଦୋକାନରୁ ଲୁଟ ହୋଇଥିବା ଆଜି ରାଜଧାନୀରେ ପୁଣି ଅଭିନବ ଉପାୟରେ ଲୁଟିଛନ୍ତି ଲୁଟେରା, ଏଥର ବିବାହ ମଣ୍ଡପକୁ ଟାର୍ଗେଟ କରିଥିଲେ ଲୁଟେରା । ଭୁ ଭୁବନେଶ୍ୱରର କେଶୁରା ଅଂଚଳରୁ ଏକ ବିବାହ ମଣ୍ଡପରୁ ୨ଲକ୍ଷ ଟଙ୍କାର ଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଘରଲୋକ ଭଳିଆ ଆସି ଗହଣାଭର୍ତ୍ତି ବ୍ୟାଗ ନେଇ ଚମ୍ପଟ ମାରିଛନ୍ତି ଦୁଇ ଦୁର୍ବୃତ୍ତତ୍ତ । ଗହଣା ଖୋଜା ଖୋଜି କରିବା ପରେ ଝିଅଘର ଲୋକେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ, ସେଥିରୁ ଗହଣା ଲୁଟ ହୋଇଥିବା ଜଣାପଡିଲା । ଲୁଟ ରେ ଜଣେ ନାବାଳାକ ଓ ଜଣେ ଯୁବକ ସଂପୃକ୍ତ ଥିବା ଥାନାରେ ଅଭିଯୋଗ ହୋଇଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook