ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟେରା । ବିଗୁଡିଛି ରାଜଧାନୀର ଆଇନ ଶୃଙ୍ଖଳା । ପୋଲିସ୍ ଆଖିରେ ଧୂଳି ଦେଇ ଲୁଟେରା ତିଆରି କରୁଛନ୍ତି ଲୁଟର ବ୍ଲୁ ପ୍ରିଣ୍ଟ। ପୋଲିସ୍ ଓ ଲୁଟେରାର ଛକାପଞ୍ଝାରେ ବଳି ପଡୁଛନ୍ତି ସାଧାରଣ ଜନତା ।
ରାଜଧାନୀରେ ପୁଣି ଦୋକାନୀକୁ ଚକମା ଦେଇ ଲକ୍ଷେ ଟଙ୍କା ଲୁଟି ନେଇଗଲେ ଲୁଟେରା । ଟଙ୍କପାଣି ଅଂଚଳର ଫର୍ଣ୍ଣିଚର ଦୋକାନକୁ ଲୁଟେରା ଗ୍ରାହକ ହୋଇ ଆସି, ଦୋକାନୀକୁ ଜିନିଷ ମାଗିଥିଲା । ଜିନିଷ ଦେଖାଇବାକୁ ଦୋକାନୀ ଭିତରକୁ ଯାଇଥିବା ସମୟରେ କ୍ୟାସ ବାକ୍ସରୁ ଲକ୍ଷେ ଟଙ୍କା ନେଇ ଚମ୍ପଟ ମାରିଥିଲା ଲୁଟେରା ।
ଉକ୍ତ ଦୋକାନୀ ଥାନାରେ ଅଭିଯୋଗ କରିବା ପରେ ସଦରଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
Comments ସମସ୍ତ ମତାମତ