Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆୟରଙ୍କୁ ଅଧିନାୟକ କରିବାକୁ ଆରସିବିର ଯୋଜନା

    Share on :
    ajab-Image
    Date: Jan 19, 2022    Views: 4048


    ମୁମ୍ବାଇ: ଆଇପିଏଲର ୧୫ତମ ସଂସ୍କରଣ ମାର୍ଚ୍ଚରୁ ଆରମ୍ଭ ହେବାର ଯୋଜନା ରହିଛି । ଏହା ପୂର୍ବରୁ ୨୦୨୨ ଆଇପିଏଲରେ ମୋଗା ଖେଳାଳି ନିଲାମ ବେଙ୍ଗାଲୁରୁରେ ଫେବ୍ରୁଆରୀ ୧୨ ଓ ୧୩ ରେ ଅନୁଷ୍ଠିତ ହେବ । ଏଥିରେ ମଧ୍ୟକ୍ରମ ବ୍ୟାଟସମ୍ୟାନ ଶ୍ରେୟାସ ଆୟରଙ୍କୁ କିଣିବାର ଯୋଜନା କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) । କାରଣ ଆୟରଙ୍କୁ ଅଧିନାୟକ କରିବାକୁ ଆରସିବି ଯୋଜନା କରିଛି । ଏହି ସୂଚନା ଦେଇଛନ୍ତି ଆରସିବି ମଧ୍ୟସ୍ଥ ଏକ ନିର୍ଭରଯୋଗ୍ୟ ସୂତ୍ର । ବେଶ କିଛି ବର୍ଷ ହେଲା ବିରାଟଙ୍କ ନେତୃତ୍ୱରେ ଆରସିବି ଥରେ ମାତ୍ର ଆଇପିଏଲ ଜିତିନଥିଲେ ହେଁ ସେ ଥିବା ପର୍ଯ୍ୟନ୍ତ ଅନ୍ୟ କାହାକୁ ନେତୃତ୍ୱ ଦେବା କଥା ଆରସିବି ଭାବିନଥିଲା ।

    ହେଲେ କିଛି ମାସ ତଳେ କୋହଲି ଘୋଷଣା କରି ସାରିଛନ୍ତି ଯେ ସେ ଆରସିବିର ନେତୃତ୍ୱ ଛାଡିବା ପରେ ଆମ ଦଳ ଶ୍ରେୟାସ ଆୟରଙ୍କ ପରବର୍ତ୍ତୀ ଅଧିନାୟକ କରିବାକୁ ଇଚ୍ଛୁକ ଅଛି । ତେଣୁ ଆରସିବି ଆସନ୍ତାମାସର ନିଲାମରେ ଆୟରଙ୍କୁ କିଣିବା ପାଇଁ ଆକ୍ରମଣାତ୍ମକ ଭାବେ ପ୍ରୟାସ କରିବ । ଆମ ପାଖରେ ଖବର ଅଛି ଯେ କଲିକତା ନାଇଟ ରାଇଡର୍ସ (କେକେଆର) ଓ ପଞ୍ଜାବ କିଙ୍ଗସ ମଧ୍ୟ ଆୟରଙ୍କୁ ଦଳରେ ସାମିଲ ପାଇଁ ସମସ୍ତ ପ୍ରୟାସ କରିବେ । କାରଣ ଏହି ଦୁଇ ଫ୍ରାଞ୍ଚାଇଜ ମଧ୍ୟ ଆୟରଙ୍କୁ ଦଳର ନେତୃତ୍ୱ ଦେବାକୁ ଚାହାଁନ୍ତି ।

     

    Maximum 500 characters

    ଖେଳ ଖବର View all

    Find Us on Facebook