Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RajyaSabha

ମୁଖ୍ୟ ଖବର

    ଜାଣନ୍ତୁ, ହେରାପଞ୍ଚମିରେ କାହିଁକି ରାଗନ୍ତି ମା' ଲକ୍ଷ୍ମୀ

    Share on :
    ajab-Image
    Date: Jun 25, 2022    Views: 3338

    ଭୁବନେଶ୍ୱର : ଅପୂର୍ବ ମନୋରମ ଓଡିଆ ଜାତିର ଆରାଧ୍ୟ ଦେବତା ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର । ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ମହାବାହୁ ରଥାରୂଢ ହୋଇ ବଡଭାଈ ବଳଭଦ୍ର, ସୁନା ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ବୁଲି ଯାଆନ୍ତି ମାଉଷି ଘରକୁ । କିନ୍ତୁ ଶ୍ରୀମନ୍ଦିରରେ ଛାଡିଯଆନ୍ତି ମା ଲକ୍ଷ୍ମୀଙ୍କୁ । ମା’ଙ୍କୁ ବଗଡା ଚାଉଳ ଓ କଳମ ସାଗ ଦେଇ ଶୀଘ୍ର ଫେରିଆସିବେ ବୋଲି କହିଥାନ୍ତି । କିନ୍ତୁ ବଳିଆର ଭୁଜ ଜଗନ୍ନ୍ାଥ ନଫେରିବାରୁ ପଞ୍ଚମି ଦିନ ମା’ ବ୍ୟତିବ୍ୟସ୍ତ ହୋଇଥାନ୍ତି । ଏହି ପଞ୍ଚମିରେ ମା’ବିମଳା ମା’ଲକ୍ଷ୍ମୀଙ୍କୁ ଏକ ମୋହଚୂର୍ଣ୍ଣ ଦେଇଥାନ୍ତି । ଏହାକୁ ଜଗନ୍ନାଥଙ୍କ ଉପରକୁ ଫିଙ୍ଗିବାକୁ କହିଥାନ୍ତି ।

    ପଞ୍ଚମି ତିଥିରେ ବିମଳାଙ୍କ କର୍ପୂର ଆଳତୀ ଚୂର୍ଣ୍ଣ ନେଇ  ସନ୍ଧ୍ୟା ଧୂପ ସାରି ମା’ଲକ୍ଷ୍ମୀ ଲୁଚି ଲୁଚି  ଦଇତାପଡା ସାହି ପଟେ ହେରା ଗୋହରୀ ଦେଇ ଜଗନ୍ନାଥଙ୍କୁ ଖୋଜିବାକୁ ଯାଇଥାନ୍ତି । ବାସ୍ତବରେ ‘ହେରା’ ଅର୍ଥ ଦେଖିବା ଓ ମା’ ପଞ୍ଚମିରେ ଦେଖିବାକୁ ଯାଇଥାନ୍ତି ବୋଲି ଏହାକୁ “ହେରା ପଞ୍ଚମି” ନାମରେ ନାମିତ କରାଯାଇଛି । ରାଗରେ ଜର୍ଜରିତ ହୋଇ ଠାକୁରଙ୍କୁ ଖୋଜି ଖୋଜି ଗୁଣ୍ଡିଚା ମନ୍ଦିର ସାମ୍ନାରେ ତିନି ରଥ ଦେଖି ନନ୍ଦିଘୋଷରୁ କାଠ ଭାଙ୍ଗି ଦେଇଥାନ୍ତି ।

    ପରେ ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି । ମା’ଙ୍କ ମାନଭଞ୍ଜନ ପାଇଁ ପଣ୍ଡା ଜାନ୍ନାଥଙ୍କ ଠାରେ ଲାଗିଥିବା ଅଧରଚୁମ୍ବି ମାଳକୁ ମା’ଙ୍କ ଠାରେ ପକାନ୍ତି । ଏହାପରେ ରାଗ ତମ ତମ ହୋଇ ଗୁଣ୍ଡିଚା ଘର ଅଭଡା ବିକା ସ୍ଥାନକୁ ଯାଇଥାନ୍ତି  । ସେଠାରେ ମାଙ୍କ ଭିତରସ୍ଥ ସେବକ ଓ ପଣ୍ଡା ପଣା, କାକାରା, ସାକର ଅତ୍ୟାଦି ଭୋଗ ଲଗାନ୍ତି । ଏହାପରେ ମା ଜଗନ୍ନାଥଙ୍କ ସମ୍ନାରେ ବସି ମୋହଚୂର୍ଣ୍ଣ ପକାଇଦିଅନ୍ତି ଓ ଫେରିଆସନ୍ତି । ତାପର ଦିନ ତିନି ରଥକୁ ଦକ୍ଷିଣ ମୋଡ କରାଯାଏ, ସିଂହଦ୍ୱାର ପଟୁ ଡାକଚଣା ଦ୍ୱାରକୁ ଆସିଥାଏ ।

    ପ୍ରସ୍ତୁତି- ଇପ୍ସିତା ନାୟକ

     

    Maximum 500 characters

    RajyaSabha View all

    Find Us on Facebook