Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଜୁଲାଇ ୧ ହେବ ବିଶ୍ବପ୍ରସିଦ୍ଧ ରଥଯାତ୍ରା

    Share on :
    ajab-Image
    Date: Jan 28, 2022    Views: 4482

    ପୁରୀ: ଶ୍ରୀମନ୍ଦିର ପାଞ୍ଜି ସମନ୍ଵୟ ବୈଠକରେ ୨୦୨୨-୨୩ ବର୍ଷର ଶ୍ରୀମନ୍ଦିର ପର୍ବପର୍ବାଣୀ ଓ ଯାନିଯାତ୍ରାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି । ତାଲିକା ଅନୁଯାୟୀ, ଆସନ୍ତା ମେ ମାସ ୩ ତାରିଖରେ ଅକ୍ଷୟ ତୃତୀୟ ପଡୁଛି। ଏହି ଦିନ ରଥକାଠ ଅନୁକୂଳ ସହ ରଥଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହେବ । ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ମଧ୍ୟ ଏହି ଦିନଠାରୁ ଚାଲିବ । ମେ ମାସ ୨୨ ତାରିଖରେ ଭଉଁରୀ ପରେ ଜୁନ୍‌ ୧୪ରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ୧୦୮ ଗରା ସୁବାସିତ ଜଳରେ ସ୍ନାନ ଯୋଗୁଁ ଜ୍ବର ପୀଡିତ ମହାପ୍ରଭୁ ସୁସ୍ଥ ହେବା ପରେ ଜୁଲାଇ ୧ ହେବ ବିଶ୍ବପ୍ରସିଦ୍ଧ ରଥଯାତ୍ରା ।

    ଏପ୍ରିଲ ୪ରେ ଦୟଣାଚୋରି ନୀତି, ଏପ୍ରିଲ ୧୫ରୁ ସାହିଯାତ, ମେ ୧୪ରେ ନୃସିଂହ ଜନ୍ମ, ମେ ୩୦ରେ ସାବିତ୍ରୀ ଅମାବାସ୍ୟା, ଜୁନ ୫ରେ ଶୀତଳ ଷଷ୍ଠୀ, ଜୁନ୍‌ ୧୦ରେ ରାଜେନ୍ଦ୍ରାଭିଷେକ ନୀତି, ୧୧ରେ ଋକ୍ମିଣୀହରଣ ଏକାଦଶୀ, ବିବାହ ମହୋତ୍ସବ ଓ ଜଳକ୍ରୀଡ଼ା, ୧୨ରେ ଚମ୍ପକ ଦ୍ଵାଦଶୀ ଓ ଦଇତାପତି ପ୍ରବେଶ ନୀତି, ୧୩ରେ ସେନାପଟା ଲାଗି, ଜୁନ୍ ୨୩ରେ ଚକାବିଜେ ନୀତି ପରେ ୨୭ ତାରିଖ ପର୍ୟ୍ୟନ୍ତ ଅନବସର ନୀତି ଚାଲିବ । ଜୁନ୍‌ ୨୯ରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ ।
    ଜୁନ୍ ୩୦ରେ ରଥ ଆଜ୍ଞାମାଳ ବିଜେ ଓ ଉଭାଯାତ୍ରା ନୀତି ଅନୁଷ୍ଠିତ ହେବ । ଜୁଲାଇ ୧ରେ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ହେବ । ଜୁଲାଇ ୫ରେ ହେରାପଞ୍ଚମୀ, ୮ରେ ସନ୍ଧ୍ୟାଦର୍ଶନ, ୯ରେ ବାହୁଡ଼ା ଯାତ୍ରା, ୧୦ରେ ସୁନାବେଶ ଓ ହରିଶୟନ ଏକାଦଶୀ, ୧୧ରେ ଅଧରପଣା ଓ ଗରୁଡ଼ ଶୟନ ନୀତି, ୧୨ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ।

    Maximum 500 characters

    ତାଜା ଖବର View all

    Find Us on Facebook