Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାସନ ପାଇଁ ଯିବାକୁ ପଡ଼ିବନି ୩କିମି

    Share on :
    ajab-Image
    Date: May 19, 2022    Views: 3471

    ଚନ୍ଦ୍ରଶେଖରପୁର: ବିଏମସି ୱାଡର଼୍ ନଂ.୧ ଓ ୨ର ହିତାଧିକାରୀଙ୍କ ରାସନ ସାମଗ୍ରୀ ଆଣିବା ସମସ୍ୟା ଦୂର ହେବ । ଆଉ ରାସନ ଆଣିବା ପାଇଁ ୩ କିମି ଦୂର ଡ଼ିଲରଙ୍କ ପାଖକୁ ଯିବାକୁ ପଡ଼ିବ ନାହିଁ । ହାତ ପାହାନ୍ତାରେ ମିଳିବ ସାମଗ୍ରୀ । ୱାଡର଼୍ ନଂ.୧ର କର୍ପୋରେଟର ମିହିର କୁମାର ରାଉତ ହିତାଧିକାରୀଙ୍କ ସମସ୍ୟା ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କୁ ଜଣାଇଛନ୍ତି । ଆସନ୍ତା ମାସରୁ ଏ ସମସ୍ୟାର ସମାଧାନ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

    ପ୍ରକାଶ ଯେ, ୨୦୦୮ରୁ ଡ଼ିଲର ଶିଖରଚଣ୍ଡୀ ନଗରଠାରେ ରାସନ ସାମଗ୍ରୀ ବଣ୍ଟନ କରୁଥିଲେ । ଏଠାରୁ ୱାଡର଼୍ ନଂ.୧ ଓ ୨ର ଲୋକେ ସୁବିଧାରେ ସାମଗ୍ରୀ ଘରକୁ ନେଇପାରୁଥିଲେ । କିନ୍ତୁ ୬ମାସ ତଳେ କୌଣସି କାରଣରୁ ଡ଼ିଲର ଜଣଙ୍କ କଣ୍ଟ୍ରୋଲ କେନ୍ଦ୍ରକୁ ଚନ୍ଦ୍ରଶେଖରପୁର ଥାନା ପାଖକୁ ଉଠାଇ ନେଲେ । ଫଳରେ ୨ହଜାରରୁ ଊଦ୍ଧ୍ୱର୍ ଲୋକ ରାସନ ସାମଗ୍ରୀ ଆଣିବାକୁ ୩କିମି ଦୂର ଯାଉଛନ୍ତି । ଏତେ ଦୂରରୁ ସାମଗ୍ରୀ ଆଣିବାକୁ ହିତାଧିକାରୀଙ୍କୁ ଗାଡ଼ି ଭଡ଼ା କରିବାକୁ ପଡ଼ୁଛି । ଏଥିପାଇଁ ସେମାନେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ସକାଳ ୬ଟାରୁ ସେମାନଙ୍କୁ ଯାଇ କଣ୍ଟ୍ରୋଲ ଆଗରେ ଅପେକ୍ଷା କରିବାକୁ ପଡ଼ୁଛି । ଯେଉଁଥିପାଇଁ ଦିନ ମଜୁରିଆ ହିତାଧିକାରିମାନେ ସେ ଦିନ କାମକୁ ଯାଇ ପାରୁନାହାନ୍ତି ।

    ଏ ବିଷୟରେ ୱାଡର଼୍ ୧ର କର୍ପୋରେଟଙ୍କୁ ଜଣାଇବା ପରେ ସେ ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ ଜଣାଇଥିଲେ । ବିଧାୟକ ମଧ୍ୟ ଉପଜିଲ୍ଲାପାଳଙ୍କୁ ଏ ସମସ୍ୟାର ସମାଧାନ ପାଇଁ ଜଣାଇଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook