Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସୁରକ୍ଷା ଦେବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ

    Share on :
    ajab-Image
    Date: Jan 28, 2022    Views: 3151

    ପୁରୀ: ଅସହାୟ ମହିଳାଙ୍କୁ ସୁରକ୍ଷା ଦେବା ବାହାନାରେ ଦୁଷ୍କର୍ମ । ଦୀର୍ଘ ୪ ମାସ ଧରି ଦୁଷ୍କର୍ମର ଶିକାର ହେବାପରେ ଶେଷରେ ମୁହଁ ଖୋଲିଲେ ପୀଡ଼ିତା । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ପୁରୀ ଜିଲ୍ଲାରେ । ଦୁଷ୍କର୍ମକାରୀ ଜଣଙ୍କ ହେଉଛନ୍ତି କୁମୁଟିପାଟଣାରେ ଭଡ଼ାରେ ରହୁଥିବା ଦହିବରା ବ୍ୟବସାୟୀ ସୁବଳ ଚରଣ ସାହୁ ।
    ଏନେଇ ପୁରୀ ତାଳବଣିଆ ଥାନାରେ ଅଭିଯୋଗ ପରେ ଏହି ଘଟଣା ସାମ୍ନାକୁ ଆସିଛି । ପୋଲିସ ଅଭିଯୁକ୍ତ ବିରୋଧରେ ମାମରା ରୁଜୁ କରି ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ପଠାଇ ଦିଆଯାଇଛି ବୋଲି କହିଛନ୍ତି ଆଇଆଇସି ସୁଜାତା ବେହେରା।
    ପୋଲିସର ସୂଚନାଅନୁଯାୟୀ, ଗତ ୪ ମାସ ତଳେ ଅସହାୟ ଅବସ୍ଥାରେ ଥିବା ଜଣେ ସ୍ୱାମୀ ପରିତ୍ୟକ୍ତାଙ୍କୁ ସାହାଯ୍ୟର ହାତ ବଢାଇଥିଲା ସୁବଳ । ସ୍ଥାନୀୟ ସେନାପତିବଗିଚା ସ୍ଥିତ ଦରିଦ୍ରନାରାୟଣ ସେବାଶ୍ରମରେ ଘରଭଡା ବୁଝି ମହିଳାଙ୍କୁ ଆଶ୍ରୟ ଦେଇଥିଲା । କିନ୍ତୁ ଅସହାୟ ଅବସ୍ଥାର ସୁଯୋଗ ନେଇ ମହିଳା ଜଣଙ୍କୁ ଦୁଷ୍କର୍ମ କରିଥିଲା ସୁବଳ । ଏହି ଘଟଣା ନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ମହିଳାଙ୍କ ଡାକ୍ତରୀ ମାଇନା କରିଛି ।
    ତେବେ ଲଗାତର ଭାବେ ଟାଉନ ଥାନା, ସମୁଦ୍ରକୂଳ ଥାନା ଓ ବଳିଆପଣ୍ଡା ଥାନା ଅଞ୍ଚଳରେ ୩ ଜଣ ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ଏବଂ ଯୌନ ନିର୍ୟାତନା ଦିଆଯିବା ଘଟଣା ପରେ ଏବେ ଦହିବରା ବ୍ୟବସାୟୀ ଜଣଙ୍କ ସୁରକ୍ଷା ଦେଇଥିବା ମହିଳାଙ୍କୁ ଦୁଷ୍କର୍ମ ମାମଲା ପୁରୀରେ ଆଲୋଡନ ଓ ଉଦବେଗ ସୃଷ୍ଟି କରିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook