Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେ: ନବୀନଙ୍କୁ କଲେ ପ୍ରଶଂସା

    Share on :
    ajab-Image
    Date: Nov 9, 2025    Views: 3010

    ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ଉପରେ ବର୍ଷିଲେ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେ । ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି,"ଓଡ଼ିଶାରେ ଦୀର୍ଘ ବର୍ଷ ନବୀନ ପଟ୍ଟନାୟକଙ୍କ ସରକାର ରହିଥିଲା । ନବୀନ ପଟ୍ଟନାୟକ ବହୁତ ଭଲ ଲୋକ । ଆମ ଏନଡ଼ିଏ ସରକାରରେ ମନ୍ତ୍ରୀ ଥିଲେ । ୨୪ ବର୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିବା ସମୟରେ ନବୀନ ପଟ୍ଟନାୟକ ବହୁତ ଭଲ କାମ କରିଛନ୍ତି । ମୋ ସହିତ ନବୀନଙ୍କର ବହୁତ ଭଲ ସମ୍ପର୍କ । ଓଡି଼ଶା ବିକାଶରେ ତାଙ୍କର ବହୁତ ବଡ଼ ଅବଦାନ ରହିଛି । ବର୍ତ୍ତମାନ ବିଜେପି ସରକାର ମଧ୍ୟ ଓଡ଼ିଶାରେ ବହୁତ ଭଲ କାମ କରୁଛି ।ସେ ଆହୁରି ମଧ୍ୟ କହିଥିଲେ," କଂଗ୍ରେସ ସମୟରେ ବିକାଶ ପଥ ଭ୍ରଷ୍ଟ ହୋଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟ ରେ ବିକାଶ ଦ୍ରୁତ ଗତିରେ ଆଗକୁ ବଢୁଛି । ୨୫ କୋଟି ଲୋକ ଗରିବି ସୀମା ରେଖା ଉପରକୁ ଉଠିଛନ୍ତି । ଦେଶ ଆଜି ବିକାଶ ପଥରେ ଆଗକୁ ବଢୁଛି । ସେ ସରକାର ସମୟରେ ଖାଲି କଥା କହୁଥିଲେ, କାମ ନଥିଲା । ସହଜରେ ସେମାନେ ସରକାର ଗଠନ କରୁଥିଲେ । କଂଗ୍ରେସର ଯେଉଁ ନେତା ସବୁଥିଲେ ଠୋସ ନିଷ୍ପତ୍ତି ନେଉନଥିଲେ । ନରେନ୍ଦ୍ର ମୋଦି ଭାବିଚିନ୍ତି ବହୁତ ନିଷ୍ପତ୍ତି ନେଉଛନ୍ତି । ତେଣୁ ଦେଶର ଅର୍ଥନୀତି ବୃଦ୍ଧି ହେଉଛି । "ସେ ଆହୁରି ମଧ୍ୟ କହିଛନ୍ତି, " ୨୦୨୫ ସୁଦ୍ଧା ଦେଶର ୫୬ କୋଟି ୮୫ ଲକ୍ଷ ୨୪ ହଜାର ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଇଛି । ଓଡ଼ିଶାରେ ବି ଜନଧନ ଯୋଜନାରେ ରେ ୨ କୋଟି ୩୪ ଲକ୍ଷ ୭୭ ହଜାର ଲୋକଙ୍କର ଆକାଉଣ୍ଟ ଖୋଲା ଯାଇଛି l ""ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ୫୦ ହଜାର ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଲୋନ ଦେବାର ପ୍ରବଧାନ ଥିଲା ବର୍ତ୍ତମାନ ତାକୁ ବଢ଼େଇ କି ୫୦ ହଜାର ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇଛି । ୨୦୧୫ ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ଦେଶରେ ୫୫ କୋଟି ୩୨ ଲକ୍ଷ ୯୨ ହଜାର ଲୋକଙ୍କୁ ମୁଦ୍ରା ଯୋଜନାରେ ଲୋନ ଦିଆଯାଇଛି । ଓଡ଼ିଶାରେ ବି ୩ କୋଟି ୫୦ ଲକ୍ଷ ୩୯ ହଜାର ଲୋକଙ୍କୁ ମୁଦ୍ରା ଯୋଜନାରେ ଲୋନ ମିଳିଛି । ""ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୨୦୨୬ ରୁ ବର୍ତ୍ତମାନ ସୁଦ୍ଧା ଦେଶର ୧୦ କୋଟି ୩୩ ଲକ୍ଷ ଗ୍ୟାସ ସଂଯୋଗ ଦିଆଯାଇଛି । ଓଡ଼ିଶାରେ ବି ୫୫ ଲକ୍ଷ ୪୭ ହଜାର ଲୋକଙ୍କୁ ଗ୍ୟାସ ସଂଯୋଗ ଦିଆଯାଇଛି । ""ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବର୍ତ୍ତମାନ ସୁଦ୍ଧା ଦେଶର ୪ କୋଟି ରୁ ଉର୍ଦ୍ଧ୍ବ ଲୋକଙ୍କୁ ପକ୍କା ଘର ଶୌଚାଳୟ ସହ ଯୋଗାଇ ଦିଆଯାଇଛି । ବର୍ତ୍ତମାନ ଆହୁରି ୪ କୋଟି ଲୋକଙ୍କୁ ପକ୍କା ଘର ଯୋଗାଇ ଦେବାକୁ ବ୍ୟୟ ବରାଦ କରାଯାଇଛି ।ଶୌଚାଳୟ ନିର୍ମାଣ ରେ ୧୨ କୋଟି ରୁ ଉର୍ଦ୍ଧ୍ବ ଶୌଚାଳୟ ସମଗ୍ର ଦେଶରେ ଦିଆଯାଇଛି । ଏସସିଏସଟି ସ୍କଲାର ସିପରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୫ ଲକ୍ଷ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ସ୍କଲାର ସିପ ଯୋଗାଇ ଦିଆଯାଇଛି । ୫ ହଜାର ୪୦୭ ହଷ୍ଟେଲ ରହିଛି ଓଡ଼ିଶାରେ । "ରାମଦାସ ଅଠୱାଲେ କହିଛନ୍ତି, " ଦଳିତଙ୍କ ଉପରେ ଅତ୍ୟାଚାର ୨୦୨୩-୨୪ ଆର୍ଥିକ ବର୍ଷ ରେ ୨ ହଜାର ୬୪୭ ମାମଲା ଦାୟର ହୋଇଥିଲା । ୨୦୨୪-୨୫ ଆର୍ଥିକ ବର୍ଷ ରେ ୨ ହଜାର ୪୦୪ ମାମଲା ଦାୟର ହୋଇଛି । ୨୦୨୫-୨୬ ଆର୍ଥିକ ବର୍ଷ ରେ ବର୍ତ୍ତମାନ ସୁଦ୍ଧା ୨ ହଜାର ୨୮୮ ମାମଲା ଦାୟର ହୋଇଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଦଳିତ ଙ୍କ ଉପରେ ଅଧିକ ଅତ୍ୟାଚାର ହେଉଥିବା ନଜର ଆସୁଛି । ଦଳିତ ଙ୍କ ଉପରେ ବଢୁଥିବା ଅତ୍ୟାଚାର କୁ କମ କରିବା ନେଇ ମୁଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛି । ଏ ନେଇ ମୁଁ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିବାକୁ ଚାହୁଁଥିଲି କିନ୍ତୁ ସେ ନିର୍ବାଚନ ପ୍ରଚାର ରେ ଅଛନ୍ତି । ଆଗାମୀ ଦିନରେ ଓଡ଼ିଶା ଆସିଲେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଦଳିତ ଉପରେ ବଢୁଥିବା ଅତ୍ୟାଚାର ପ୍ରସଙ୍ଗ ରେ ଆଲୋଚନା କରିବି । ଦଳିତ ଙ୍କ ଉପରେ ଅତ୍ୟାଚାର କମିବା ଦରକାର । ""ଇଣ୍ଟରକାଷ୍ଟ ମ୍ୟାରେଜରେ ଓଡ଼ିଶାର ପ୍ରଦର୍ଶନ ବହୁତ ଭଲ ଅଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଅଧିକ ଇଣ୍ଟରକାଷ୍ଟ ମ୍ୟାରେଜ ହେଉଛି । ୨୦୨୩-୨୪ ଆର୍ଥିକବର୍ଷ ରେ ୩ ହଜାର ୬୩୯ ଇଣ୍ଟରକାଷ୍ଟ ମ୍ୟାରେଜ ହୋଇଥିଲା । ୨୦୨୪-୨୫ ଆର୍ଥିକବର୍ଷ ରେ ୨ ହଜାର ୪୩୪ ଇଣ୍ଟରକାଷ୍ଟ ମ୍ୟାରେଜ ହୋଇଥିଲା । ୨୦୨୫-୨୬ ଆର୍ଥିକବର୍ଷ ରେ ବର୍ତ୍ତମାନ ସୁଦ୍ଧା ୧ ହଜାର ୪୮୫ ଇଣ୍ଟରକାଷ୍ଟ ମ୍ୟାରେଜ ହୋଇଛି । ବରିଷ୍ଠ ନାଗରିକଙ୍କ ପାଇଁ ସୁବିଧା ଦିଆଯିବ l ଓଡ଼ିଶାରେ ୧୬ ଲକ୍ଷ ବରିଷ୍ଠ ନାଗରିକ ଅଛନ୍ତି । ସମସ୍ତ ଙ୍କୁ ଭତ୍ତା ଯୋଗାଇ ଦିଆଯାଇଛି । "

    "ଓଡ଼ିଶାରେ ଦୀର୍ଘ ବର୍ଷ ନବୀନ ପଟ୍ଟନାୟକଙ୍କ ସରକାର ରହିଥିଲା । ନବୀନ ପଟ୍ଟନାୟକ ବହୁତ ଭଲ ଲୋକ । ଆମ ଏନଡ଼ିଏ ସରକାର ରେ ମନ୍ତ୍ରୀ ଥିଲେ । ୨୪ ବର୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିବା ସମୟରେ ନବୀନ ପଟ୍ଟନାୟକ ବହୁତ ଭଲ କାମ କରିଛନ୍ତି । ମୋ ସହିତ ନବୀନଙ୍କ ର ବହୁତ ଭଲ ସମ୍ପର୍କ । ଓଡିଶା ବିକାଶ ରେ ତାଙ୍କର ବହୁତ ବଡ଼ ଅବଦାନ ରହିଛି । ବର୍ତ୍ତମାନ ବିଜେପି ସରକାର ମଧ୍ୟ ଓଡ଼ିଶା ରେ ବହୁତ ଭଲ କାମ କରୁଛି । "

     

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook