Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଉ ନାହାନ୍ତି ଶିଳ୍ପପତି ରାକେଶ ଝୁନଝୁନୱାଲା

    Share on :
    ajab-Image
    Date: Aug 14, 2022    Views: 4227

    ମୁମ୍ବାଇ: ଆଉ ନାହାନ୍ତି ଭାରତର ବିଶିଷ୍ଟ ଶିଳ୍ପପତି ତଥା ଆକାଶ ଏୟାରର ପ୍ରତିଷ୍ଠାତା ରାକେଶ ଝୁନଝୁନୱାଲା  । ଆଜି(ରବିବାର) ସକାଳେ ଶିଳ୍ପପତି ଝୁନଝୁନୱାଲାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ଷ୍ଟକ୍ ମାର୍କେଟର ଜିଆଣ୍ଟସ୍‌ ଭାବେ ପରିଚିତ ରାକେଶ ଝୁନଝୁନଓ୍ବାଲାଙ୍କ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ୨/ ୩ ସପ୍ତାହ ପୂର୍ବରୁ ହିଁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ତେବେ ରବିବାର ଭୋର୍‌ ୬ଟା ୪୫ରେ ହଠାତ୍‌ ରାକେଶଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ତାଙ୍କର ଦେହାନ୍ତ ହୋଇଛି । ରାକେଶ ଝୁନଝୁନଓ୍ବାଲାଙ୍କୁ ଭାରତର ଓ୍ବାରେନ୍‌ ବଫେଟ୍‌ ବୋଲି କୁହାଯାଏ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook