Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପଞ୍ଚଭୂତରେ ବିଲୀନ ହେଲେ ରାଜୁ ଶ୍ରୀବାସ୍ତବ

    Share on :
    ajab-Image
    Date: Sep 22, 2022    Views: 3655

    ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲୀନ ହେଲେ ରାଜୁ ଶ୍ରୀବାସ୍ତବ । ଆଜି  ଦିଲ୍ଲୀର ନିଗମ ବୋଧ ଘାଟରେ ପରିବାର ସଦସ୍ୟ ଏବଂ ଘନିଷ୍ଠ ସମ୍ପର୍କୀୟଙ୍କ ଉପସ୍ଥିତିରେ ରାଜୁଙ୍କ ଅନ୍ତିମ ସଂସ୍କାର କରାଯାଇଛି ।  ଦିଲ୍ଲୀ ଏମ୍ସରେ ଗତକାଲି ସକାଳ ୧୦.୨୦ରେ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହୋଇଥିଲା ।
    ସୂଚନାଯୋଗ୍ୟ, ୫୮ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ରାଜୁଙ୍କ ପରଲୋକ ହୋଇଛି । ଦିଲ୍ଲୀରେ ଜିମ୍ ବେଳେ ରାଜୁ ଶ୍ରୀବାସ୍ତବ ହଠାତ୍ ହୃଦଘାତରେ ଶିକାର ହୋଇଥିଲେ । ଏହାପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କ ବ୍ରେନ୍‌ ଡେମେଜ୍ ହୋଇଯାଇଥିବା ଖବର ଆସିଥିଲା । ପୁଣି ଔଷଧ ଦିଆଯିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ନେଇ ଖବର ଆସିଥିଲା । ରାଜୁ ତାଙ୍କ ଗୋଡ଼ ହଲାଇଥିଲେ ବୋଲି ଖବର ମିଳିଥିଲା । ତେବେ ରାଜୁଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ପ୍ରଧାନମନ୍ତ୍ରୀ ବହନ କରିବେ ବୋଲି ଘୋଷଣା କରିଥିଲେ । ହେଲେ ଡାକ୍ତର, ପରିବାର ଏବଂ ଫ୍ୟାନ୍ସଙ୍କ ଆଶା ଶେଷରେ ମଉଳିଗଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook