Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ରଜନୀକାନ୍ତଙ୍କୁ ଦାଦାସାହେବ ଫାଲକେ ଆୱାର୍ଡ

    Share on :
    ajab-Image
    Date: Oct 25, 2021    Views: 2431

    ନୂଆଦିଲ୍ଲୀ: ଭାରତୀୟ ସିନେମା ଜଗତରେ ଦାଦା ସାହେବ ଫାଲକେ ପୁରସ୍କାର ହେଉଛି ସବୁଠୁ ବଡ ପୁରସ୍କାର। ଏହା ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ସହିତ ପ୍ରଦାନ କରାଯାଇଥାଏ।  ଏହି ପୁରସ୍କାର ପ୍ରଥମ ଥର ପାଇଁ ଅଭିନେତ୍ରୀ ଦେବୀକା ରାଣୀଙ୍କୁ ଦିଆଯାଇଥିଲା।


    ତେବେ ୨୦୨୧ରେ ସାଉଥ ସୁପରଷ୍ଟାର ରଜନୀକାନ୍ତ ପାଇଲେ ଦାଦା ସାହେବ ଫାଲକେ ପୁରସ୍କାର। ଆଜି ନୂଆଦିଲ୍ଲୀରେ ଆୟୋଜିତ ୬୭ତମ ଜାତୀୟ ଫିଲ୍ମ ପୁରସ୍କାର ବିତରଣ ଉସôବରେ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ତାଙ୍କୁ ଏହି ପୁରସ୍କାର ଦେଇଛନ୍ତି । ଏପ୍ରିଲ୍ ମାସରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଥିଲେ ଯେ ଗତ ଚାରି ଦଶନ୍ଧି ଧରି ଭାରତୀୟ ସିନେମାରେ ଅବଦାନ ପାଇଁ ସୁପରଷ୍ଟାର ରଜନୀକାନ୍ତଙ୍କୁ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି। ତେବେ, କରୋନା ମହାମାରୀ ହେତୁ ପୁରସ୍କାର କାର୍ଯ୍ୟକ୍ରମ ବିଳମ୍ବରେ କରାଯାଇଛି ।

     ସାଉଥ ସୁପରଷ୍ଟାର ରଜନୀକାନ୍ତ ନିଜ ଅଭିନୟ ଯାଦୁରେ ଅନେକ ପ୍ରାଶଂସା ସାଉଁଟିଛନ୍ତି। ତାଙ୍କ ନିଖୁଣ ଅଭିନୟ ମଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିପାରିଛନ୍ତି। ଦାଦାସାହେବ ଫାଲକେ ପୁରସ୍କାର ନେଇ ଏକ ବୈଠକ କରି ରଜନୀକାନ୍ତ ସୂଚନା ଦେବା ସହିତ, କହିଛନ୍ତି ଯେ ଏହି ସମ୍ମାନଜନକ ପୁରସ୍କାର ପାଇବେ ବୋଲି ସେ କେବେ ଆଶା କରି ନଥିଲେ। ଲୋକପ୍ରିୟ ସୁପରଷ୍ଟାର ରଜନୀକାନ୍ତଙ୍କୁ ୨୦୦୦ ମସିହାରେ ପଦ୍ମ ଭୂଷଣ ଏବଂ ୨୦୧୬ରେ ପଦ୍ମ ବିଭୂଷଣ ପୁରସ୍କାରେ ସମ୍ମାନିତ କରାଯାଇଛି।

     

    Maximum 500 characters

    ବିଶେଷ View all

    Find Us on Facebook