Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ରଜନୀକାନ୍ତ ପାଇବେ ଦାଦାସାହେବ ଫାଲକେ ଆୱାର୍ଡ

    Share on :
    ajab-Image
    Date: Oct 25, 2021    Views: 3003

    ନୂଆଦିଲ୍ଲୀ: ଦାଦା ସାହେବ ଫାଲକେ ପୁରସ୍କାର ପାଇବେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ  । ନିଜ ଅଭିନୟ ଯାଦୁରେ ଅନେକ ପ୍ରାଶଂସା ସାଉଁଟିଛନ୍ତି ସେ । ତାଙ୍କ ନିଖୁଣ ଅଭିନୟ ମଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିପାରିଛନ୍ତି । ଦାଦାସାହେବ ଫାଲକେ ପୁରସ୍କାର ନେଇ ଏକ ବୈଠକ କରି ରଜନୀକାନ୍ତ ସୂଚନା ଦେବା ସହିତ, କହିଛନ୍ତି ଯେ ଏହି ସମ୍ମାନଜନକ ପୁରସ୍କାର ପାଇବେ ବୋଲି ସେ କେବେ ଆଶା କରି ନଥିଲେ  ।

    ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରଜନୀକାନ୍ତ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ପୁରସ୍କାର କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ସେଠାରୁ ସେ ପୁରସ୍କାର ଗ୍ରହଣ କରିବେ  । ଏପ୍ରିଲ୍ ୨୦୨୧ରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଛନ୍ତି ଯେ, ଗତ ଚାରି ଦଶନ୍ଧି ଧରି ଭାରତୀୟ ସିନେମାରେ ଅବଦାନ ପାଇଁ ସୁପରଷ୍ଟାର ରଜନୀକାନ୍ତଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି  । ତେବେ  କରୋନା ମହାମାରୀ ହେତୁ ପୁରସ୍କାର କାର୍ଯ୍ୟକ୍ରମ ବିଳମ୍ବରେ କରାଯାଇଛି  ।

     

    Maximum 500 characters

    ବିଶେଷ View all

    Find Us on Facebook