Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    କ୍ୱାର୍ଟର ଫାଇନାଲରେ ଚେକ ଗଣରାଜ୍ୟ

    Share on :
    ajab-Image
    Date: Jun 28, 2021    Views: 3166

    ବୁଦାପେଷ୍ଟ: ଚଳିତ ୟୁରୋ କପର ତୃତୀୟ ଦଳ ଭାବେ ଚେକ ଗଣରାଜ୍ୟ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ରବିବାର ସ୍ଥାନୀୟ ପୁସ୍କାସ ଏରିନାରେ ଖେଳାଯାଇଥିବା ପି୍ରକ୍ୱାର୍ଟର ଫାଇନାଲରେ ଏହି ଦଳ ୨-୦ଗୋଲରେ ନେଦରଲାଣ୍ଡସକୁ ପରାସ୍ତ କରି ଏହି ଯୋଗ୍ୟତା ଅର୍ଜନ କରିଛି । ମ୍ୟାଚର ପ୍ରଥମାର୍ଦ୍ଧ କଡା ସଂଘର୍ଷପୂର୍ଣ୍ଣ ହୋଇଥିଲା । ଉଭୟ ଦଳ ଗୋଲ ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଫଳରେ ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟରେ ଶେଷ ହୋଇଥିଲା । ପୁଣି ୫୫ତମ ମିନିଟରେ ନେଦରଲ୍ୟାଣ୍ଡସର ମାଥିସ ଡି’ଲାଇଟ ରେଡ କାର୍ଡ ପାଇ ପଡିଆ ଛାଡିଥିଲେ । ଏହି ରେଡ କାର୍ଡ ଯୋଗୁ ନେଦରଲ୍ୟାଣ୍ଡ ଅବଶିଷ୍ଟ ସମୟ ୧୦ ଜଣଙ୍କୁ ନେଇ ଖେଳିଥିଲା । ଏହାର ସୁଯୋଗ ନେଇ ଥୋମାସ ହୋଲ୍ସ (୬୮ ମିନିଟ) ଏବଂ ପାଟି୍ରକ ଶ୍ଚିକ (୮୦ ମିନିଟ) ଗୋଟିଏ ଲେଖାଏ ଗୋଲ ଦେଇ ଚେକ ଗଣରାଜ୍ୟକୁ ବିଜୟ ଭେଟି ଦେଇଥିଲେ । ଚେକ ଗଣରାଜ୍ୟ ଜୁଲାଇ ୩ ତାରିଖରେ ଖେଳାଯିବାକୁ ଥିବା କ୍ୱାର୍ଟର ଫାଇନାଲରେ ଡେନମାର୍କକୁ ଭେଟିବ ।

    Maximum 500 characters

    ଆମ ସମସ୍ୟା View all

    Find Us on Facebook