Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆରମ୍ଭ ହେଲା ନୂତନ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ

    Share on :
    ajab-Image
    Date: Sep 3, 2025    Views: 3111

    ଆରମ୍ଭ ହେଲା ନୂତନ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ। ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ। ବୈଠକ ଆରମ୍ଭରୁ ନୂତନ ସଦସ୍ୟଙ୍କୁ କରାଗଲା ସ୍ୱାଗତ। ବୈଠକରେ ବିଭିନ୍ନ ସବକମିଟି ଗଠନ କରାଯିବ। ଗତକାଲି ଛତିଶାନିଯୋଗରେ ହୋଇଥିବା ଚନ୍ଦ୍ର ଗ୍ରହଣ ନୀତିନିର୍ଘଣ୍ଟକୁ ମରାଯିବ ମୋହର । ନାଟମଣ୍ଡପରେ ଧାଡି ଦର୍ଶନ ବ୍ୟବସ୍ଥା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି, ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ, ଦିବ୍ୟାଙ୍ଗ ମାନଙ୍କ ରାମ୍ପ ଯୋଗେ ଶ୍ରୀମନ୍ଦିର ପ୍ରବେଶ ଉପରେ ଆଲୋଚନା ହେବ। ଶ୍ରୀମନ୍ଦିର ସମ୍ପର୍କୀତ ଶବ୍ଦାବଳୀର ପେଟେଣ୍ଟ କରାଯିବା ନେଇ ଆଲୋଚନା ହୋଇପାରେ। ରତ୍ନ ଅଳଙ୍କାର ଗଣତି ମଣତି, ଅଦିନିଆ ରଥଯାତ୍ରା ପ୍ରସଙ୍ଗ, ଦୀଘା ଜଗନ୍ନାଥ ଧାମ୍ ପ୍ରସଙ୍ଗ, ଶ୍ରୀମନ୍ଦିର ଭିତରେ ସ୍ତନ୍ୟପାନ ଗୃହ କାର୍ୟ୍ୟକ୍ଷମ ସମ୍ପର୍କରେ ଆଲୋଚନା ହେବ। ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଅଛନ୍ତି। 

    Maximum 500 characters

    ତାଜା ଖବର View all

    Find Us on Facebook