Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶିଶୁ ବଳାତ୍କାରୀଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

    Share on :
    ajab-Image
    Date: May 20, 2022    Views: 4176

    ଭୁବନେଶ୍ୱର : ଖୋର୍ଦ୍ଧା ଟାଙ୍ଗୀ ଥାନା ଅଞ୍ଚଳରରେ ଘଟିଥିବା ନାବାଳିକା ବଳାତ୍କାର ମାମଲାରେ ରାୟ ପ୍ରକାଶ ପାଇଛି । ଟାଙ୍ଗୀ ଅଞ୍ଚଳର ଅଭିଯୁକ୍ତ ଆନନ୍ଦ ରାଉତଙ୍କୁ ଏଡିଜେ-୪ ବିଚାରପତି ମିନାକ୍ଷି ଦାଶ ୧୦ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି  । ଏଥି ସହ ଅଭିôଯୁକ୍ତଙ୍କୁ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ୧ବର୍ଷ ଅଧିକ ଜେଲ୍‌ ଦଣ୍ଡ ଭୋଗିବ ବୋଲି ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।
     
    ୧୦୧୭ ମସିହା ମାର୍ଚ୍ଚ ମାସ ନରମାନବି ଗାଁର  ଲିଲି (ବୟସ ୮) ଘରେ ଏକୁଟିଆ ଥିଲାବେଳେ ଅଭିଯୁକ୍ତ ଆନନ୍ଦ ଘରେ ପଶି ତାଙ୍କୁ ବଳାତ୍କାର କରିଥିଲେ । ଏନେଇ ଟାଙ୍ଗୀ ଥାନାରେ ଏତଲା ଦେଇଥିଲେ ଲିଲିଙ୍କ ବାପା । ବିଚାରପତିଙ୍କ ନିକଟରେ ୧୦ ଜଣ ସାକ୍ଷିଙ୍କୁ ହାଜର କରିବା ସହ ୪୫ଟି ଦସ୍ତାବିଜ ଦାଖଲ କରାଯାଇଥିଲା ।  ସମସ୍ତ ସାକ୍ଷ୍ୟ ପ୍ରମାଣଙ୍କୁ ଆଧାର କରି ବିଚାରପତି ଦଣ୍ଡାଦେସ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାରୁ ସୁବ୍ରତ ପ୍ରିୟଦର୍ଶୀ ପରିଚାଳନା କରୁଥିଲେ ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook