Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଖାଆନ୍ତୁ କଖାରୁ ଦୂରେଇ ଯିବ ଏହି ସବୁ ରୋଗ

    Share on :
    ajab-Image
    Date: Oct 25, 2021    Views: 2698

    ଆମ ଦୈନନ୍ଦିନ ଜୀବନରେ ପରିବା ଖାଇବା ଅତ୍ୟନ୍ତ ଜରୁରୀ ଅଟେ । କିନ୍ତୁ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ପରିବା ନାଁ ଶୁଣିଲେ ଚିଡନ୍ତି, କାରଣ ସେମାନଙ୍କୁ ପରିବା ଖାଇବା ପସନ୍ଦ ହୋଇନଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆମିଷ ଠାରୁ ପରିବାରୁ ଅଧିକ ଭିଟାମିନ୍ ମିଳିଥାଏ । ସେହିଭଳି ଏକ ପରିବା ହେଉଛି କଖାରୁ  ।

    ଏହାକୁ ଭାରତର ଜାତୀୟ ପରିବା କୁହାଯାଏ । କାରଣ କଖାରୁରୁ କିଛି ଏଭଳି ପୋଷକ ତତ୍ତ୍ୱ ମିଳିଥାଏ ଯାହା ଅନ୍ୟ କୌଣସି ପରିବାରୁ ମିଳେନାହିଁ । ଏଥିରେ ସାଚୁରେଟେଡ ଫ୍ୟାଟ ନଥାଏ, ଯାହା ଦ୍ୱାରା କୋଲଷ୍ଟ୍ରୋଲର ମାତ୍ରା ଶରୀରରେ ଠିକ ରହିଥାଏ । ଏହା ଖାଇବା ହୃଦରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ସହିତ ଏଥିରୁ ମିଳୁଥିବା ଡାଇଟାରୀ ଫାଇବର ପେଟଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ । କଖାରୁରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥାଏ । ଏଥିରୁ ମୁଖ୍ୟତଃ ବିଟା କେରୋଟିନ ଓ ଭିଟାମିନ୍ ଏ ମଧ୍ୟ ମିଳିଥାଏ । ଏହା ଖାଇବା ଦ୍ୱାରା ରକ୍ତରେ ଶର୍କରା ପରିମାଣ ଠିକ୍ ରହିଥାଏ ଯାହା ମଧୁମେୟ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

    କଖାରୁରେ କିଛି ଏଭଳି ମିନେରାଲ୍ସ ଅଛି ଯାହା ମସ୍ତିଷ୍କର କୋସିକାକୁ ଆରାମ ଦେଇଥାଏ । କଖାରୁ ଜୁସ୍ର ସେବନ ଭରପୁର ମାତ୍ରାରେ କରିବା ଉଚିତ୍ । ଏଥିରୁ ଅଧିକ ମାତ୍ରାରେ ମିଳୁଥିବା ଜିଙ୍କ୍ ଶରୀରକୁ ସରକ୍ଷା ଦେବାରେ କାମ କରିଥାଏ ଓ ଏଥିରେ ଭିଟାମିନ୍ ଏ ଓ ଭିଟାମିନ ସି ଓ ବିଟା କେରାଟିନ ରହିଥିବାରୁ ଏହା ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରେ । ଏହାର ଫେସପ୍ୟାକ ମୁହଁରେ ଲଗାଇବା ଦ୍ୱାରା ମୁଖ ଉଜ୍ୱଳ ହୋଇଥାଏ ।
    ପ୍ରସ୍ତୁତି; ଇପ୍ସିତା ନାୟକ

    Maximum 500 characters

    ବିଶେଷ View all

    Find Us on Facebook