Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପ୍ରେସର କୁକରରେ ଖାଦ୍ୟ ତିଆରି କରୁଥିଲେ ସାବଧାନ!

    Share on :
    ajab-Image
    Date: Oct 26, 2021    Views: 2665

    ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ପ୍ରେସର କୁକର ସମସ୍ତଙ୍କ ରୋଷେଇ ଘରେ ରହିଥାଏ। ପ୍ରେସର କୁକରରେ ଭାତ ଠାରୁ ଆରମ୍ଭ କରି ଡାଲି, ଚିକେନ୍, ମାଂସ ଆଦି ପ୍ରସ୍ତୁତ କରିବା ପାଇଁ ଅଧିକାଂଶ ଲୋକ ବ୍ୟବହାର କରିଥାଆନ୍ତି। ତେବେ ପ୍ରେସର କୁକରରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଆମ ଶରୀର ପାଇଁ କେତେ ସ୍ୱାସ୍ଥ୍ୟକର ଆସନ୍ତୁ ଜାଣିବା। ଏହା ଏଭଳି ଏକ ଉପାୟ ଯାହାକି ବନ୍ଦ ଷ୍ଟିମ୍ ଅର୍ଥାତ ବାମ୍ଫ ଜରିଆରେ ଖାଦ୍ୟ ପଦାର୍ଥକୁ ପ୍ରସ୍ତୁତ କରାଯାଇଥାଏ। କୁକର ଭିତରେ ଥିବା ପାଣିକୁ ଯେତେବେଳେ ଗରମ କରାଯାଏ ତାହାର ପ୍ରେସର ବଢ଼ିଥାଏ ଓ ବାମ୍ଫ ଜରିଆରେ ଖାଦ୍ୟ ତିଆରି ଶୀଘ୍ର ତିଆରି ହୋଇଥାଏ।

    କେତେକ ଲୋକଙ୍କ ଧାରଣା ପ୍ରେସର କୁକରରେ ଅଧିକ ତାପମାତ୍ରାରେ ଖାଦ୍ୟ ପ୍ରସ୍ତୁତ ହୋଇଥାଏ ଯାହା ଶରୀର ପାଇଁ ଠିକ୍ ହୋଇ ନଥାଏ। କାରଣ ଅଧିକ ତାପମାତ୍ରାରେ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ। ଆଉ କେତେକ ଲୋକଙ୍କ ଧାରଣା ରୋଷେଇ କରିବାର ଏହି ପଦ୍ଧତି ସ୍ୱାସ୍ଥ୍ୟକର ଅଟେ। କାରଣ ଖାଦ୍ୟ ବାମ୍ଫ ଦ୍ୱାରା ପ୍ରସ୍ତୁତ ହେଉଥିବାରୁ ଏଥିରେ ଥିବା ପୋଷାକ ତତ୍ତ୍ୱ ମହଜୁଦ ରହିଥାଏ।

    ବିଶେଷଜ୍ଞଙ୍କ ଅନୁସାରେ, ପ୍ରେସର କୁକରରେ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ପୋଷକ ତତ୍ତ୍ୱ ନଷ୍ଟ ହୋଇ ନଥାଏ। ଯଦି ପନିପରିବାକୁ ଅନ୍ୟ କୌଣସି ବାସନରେ ସିଝା ଯାଏ ଏଥିପାଇଁ ଅଧିକ ଗରମ କରିବା ସହିତ ଅଧିକ ସମୟ ଲାଗିଥାଏ। ତେଣୁ ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ।

    ପ୍ରେସର କୁକର ପ୍ରତ୍ୟେକ ଖାଦ୍ୟ ପଦାର୍ଥ ପାଇଁ ଅଲଗା ଭାବେ କାମ କରିଥାଏ। ଉଦାହରଣ ସ୍ୱରୂପ- କୁକରରେ ପ୍ରସ୍ତୁତ ଭାତ ଓ ହାଣ୍ଡିରେ ପ୍ରସ୍ତୁତ ହେଉଥିବା ଭାତ ତୁଳନାରେ ଅଧିକ ଭାରୀ ରହିଥାଏ। ପ୍ରେସର କୁକୁରରେ ପ୍ରସ୍ତୁତ ହେଉଥିବା ବିଲାତି ବାଇଗଣ ଅଧିକ ସ୍ୱାସ୍ଥ୍ୟକର ରହିଥାଏ। ସେହିପରି କୁକରରେ ପ୍ରସ୍ତୁତ ମାଂସ ଖାଇବା ଦ୍ୱାରା ସହଜରେ ହଜମ ହୋଇଥାଏ। ଅନ୍ୟପକ୍ଷରେ ପ୍ରେସର କୁକରରେ ପ୍ରସ୍ତୁତ ହେଉଥିବା ଭାତ, ଆଳୁ ଓ ପାସ୍ତାରେ ଏକ୍ରିଲାମାଇଡ୍ ନାମକ ହାନିକାରକ କ୍ୟାମିକାଲ ଜାତ ହୋଇଥାଏ। ଏହାକୁ ନିୟମିତ ରୁପେ ଖାଇବା ଦ୍ୱାରା ନପୁଂସକ, କର୍କଟ ଆଦି ହେବାର ଆଶଙ୍କା ଅଧିକ ରହିଥାଏ।

    Maximum 500 characters

    ବିଶେଷ View all

    Find Us on Facebook