Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ଅମୃତ ଉଦ୍ୟାନ ଉଦଘାଟନ କରିବେ ରାଷ୍ଟ୍ରପତି

    Share on :
    ajab-Image
    Date: Jan 29, 2023    Views: 4029

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନର ଉଦ୍ୟାନ ଉଦଘାଟନ କରିବେ। ଏଥିରେ ଅନେକ ଆକର୍ଷଣ ମଧ୍ୟରେ, ପରିଦର୍ଶକମାନେ ବାରଟି ଅନନ୍ୟ କିସମର ସ୍ୱତନ୍ତ୍ର ଭାବରେ ଚାଷ ହୋଇଥିବା ତୁଳସୀ ପତ୍ର ଦେଖିପାରିବେ। ଏଥର ବଗିଚା ପ୍ରାୟ ଦୁଇମାସ ପାଇଁ ଖୋଲା ରହିବ। ୩୧ ଜାନୁୟାରୀରେ ସାଧାରଣ ଜନତାଙ୍କ ପାଇଁ ଉଦ୍ୟାନ ଖୋଲିବ ଏବଂ ୨୬ ମାର୍ଚ୍ଚ ପର୍ୟ୍ୟନ୍ତ ଖୋଲା ରହିବ। ମାର୍ଚ୍ଚ ୨୮ରୁ ୩୧ ମାର୍ଚ୍ଚ ପର୍ୟ୍ୟନ୍ତ ବଗିଚା ସ୍ୱତନ୍ତ୍ର ବର୍ଗଙ୍କ ପାଇଁ ଖୋଲା ରହିବ।
    ମାର୍ଚ୍ଚ ୨୮ରେ କୃଷକମାନଙ୍କ ପାଇଁ, ୨୯ ମାର୍ଚ୍ଚରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ, ମାର୍ଚ୍ଚ ୩୦ରେ ପ୍ରତିରକ୍ଷା ବାହିନୀ, ପାରାମିଲିଟାରୀ ଫୋର୍ସ ଏବଂ ପୁଲିସ କର୍ମଚାରୀଙ୍କ ପାଇଁ ଏବଂ ମାର୍ଚ୍ଚ ୩୧ରେ ମହିଳା ଓ ଆଦିବାସୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଏହି ଉଦ୍ୟାନ ଖୋଲାଯିବ।

    ପରିଦର୍ଶକ ମାନେ ସକାଳ ୧୦ରୁ ଅପରାହ୍ନ ୪ଟା ମଧ୍ୟରେ ଛଅ ଘଣ୍ଟା ସ୍ଲଟ୍ ପରିଦର୍ଶନ କରିବାକୁ ଅନୁମତି ଦିଆଯିବ। www.rashtrapatisachivalaya.gov.in  ୱେବସାଇଟରେ ଲୋକମାନେ ଅନଲାଇନ୍ ବୁକିଂ କରିପାରିବେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook