Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାତି ପାହିଲେ ସ୍ବାଧୀନତା ଦିବସ , ଆଜି ଦେଶକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

    Share on :
    ajab-Image
    Date: Aug 14, 2022    Views: 3595

    ନୂଆଦିଲ୍ଲୀ: ରାତି ପାହିଲେ ସ୍ବାଧୀନତା ଦିବସ । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବ ସାରା ଦେଶ । ଏହା ପୂର୍ବରୁ ଆଜି(ରବିବାର) ସମଗ୍ର ଦେଶକୁ ସମ୍ବୋଧିତ କରିବେ ମ୍ୟାଡମ୍ ପ୍ରେସିଡେଣ୍ଟ । ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିବେ । ସନ୍ଧ୍ୟା ୭ଟା ସମୟରେ ଅଲ୍‌ ଇଣ୍ଡିଆ ରେଡିଓର ସମସ୍ତ ଜାତୀୟ ନେଟୱାର୍କ ଓ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ପ୍ରସାରଣ କରାଯିବ । ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ରାଷ୍ଟ୍ରପତି ମୁର୍ମୁଙ୍କ ଏହା ହେବ ଦେଶକୁ ପ୍ରଥମ ସମ୍ବୋଧନ । ଗତ ମାସରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ଅବସରରେ ଲାଲ୍‌କିଲ୍ଲୀରୁ ସାରା ଦେଶକୁ ସମ୍ବୋଧିତ କରିବେ ।

    ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି ଭାରତ । ଏହି ପରିପ୍ରେକ୍ଷୀରେ ଶନିବାର ଠାରୁ ଦେଶବ୍ୟାପୀ ହର୍‌ ଘର୍ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି । କାଶ୍ମୀରଠୁ କନ୍ୟାକୁମାରୀ ସବୁଠୁ ଫର୍ ଫର୍ ହୋଇ ଉଡୁଛି ତ୍ରିରଙ୍ଗା । ସମଗ୍ର ଦେଶବାସୀ ଏହି ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇ ଘରେ ଘରେ ଜାତୀୟ ପତାକା ଉଡାଉଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook