Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପୁରୀରେ ପ୍ରତାପ ଦେବଙ୍କୁ ପ୍ରଵେଶ କରାଇ ନ ଦେବାକୁ ଚେତାବନୀ

    Share on :
    ajab-Image
    Date: Oct 3, 2022    Views: 3540

    ପୁରୀ: ବଢୁଛି ପ୍ରତାପ ଦେବଙ୍କ ଅଡୁଆ । ଓଡିଆ ଜାତିର ଆରଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ସମ୍ପର୍କରେ ଅପମାନ ସୂଚକ ମନ୍ତବ୍ୟ ଦେଇ ବିବାଦରେ ଥିବା ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ଅଢୁଆ ସୂତାରେ ଛନ୍ଦି ଦେବାକୁ ଲାଗିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟ ଦେବା ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଦେବ କ୍ଷମା ପ୍ରାର୍ଥନା ନ କଲେ ପୁରୀରେ ପ୍ରତାପ ଦେବଙ୍କୁ ପ୍ରଵେଶ କରାଇ ନ ଦେବାକୁ ବିଜେପି ଯୁବ ମୋର୍ଚ୍ଚା ଚେତାବନୀ ଦେଇଛି  ।
    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନିତ କରିଥିବା ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବଙ୍କ ବିରୋଧରେ ପ୍ରତିବାଦ ବଢ଼ିବାରେ ଲାଗିଛି । ଏନେଇ ପୁରୀ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି । ଶ୍ରୀମନ୍ଦିର ସମ୍ମୁଖରେ ଦୀପ ଦାନ କରାଯାଇଛି । ମନ୍ତ୍ରୀ ପ୍ରତାପ ଦେବ ଏବଂ ନବୀନ ସରକାରଙ୍କୁ ପ୍ରଭୁ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରାଯାଇଛି । ଦୁନିଆର ମାଲିକ ଏବଂ ଓଡ଼ିଶାର ପରିଚୟ ହେଉଛନ୍ତି ଜଗନ୍ନାଥ ମହାପ୍ରଭୁ । ପୁରୀ ବିଜେପି ଯୁବ ମୋର୍ଚ୍ଚା ପ୍ରତିବାଦ ସ୍ବରୂପ ପ୍ରଦୀପ ପ୍ରଜ୍ବଳନ କରି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଗୁହାରି କରି ବିଜେଡିକୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛି । ଏ ଅହଙ୍କାରୀ ସରକାରର ଅହଙ୍କାରକୁ ଭଙ୍ଗ କରନ୍ତୁ । ମନ୍ତ୍ରୀ ପ୍ରତାପ ଦେବ ଯଦି ଆସି ଜଗନ୍ନାଥଙ୍କୁ ଯଦି ଭୁଲ୍ ନ ମାଗନ୍ତି ତେବେ ପୁରୀ ଯୁବ ମୋର୍ଚ୍ଚା ତାଙ୍କୁ ପୁରୀରେ ପ୍ରବେଶ କରେଇ ଦେବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାଶ । ଏହି ବିକ୍ଷୋଭ ପ୍ରଦର୍ଶନରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲା ସାଧାରଣ ସମ୍ପାଦକ ଉମାକାନ୍ତ ନାୟକ, ବରିଷ୍ଠ ସେବାୟତ ମଧୁ ସିଂହାରୀ, ସୋମନାଥ ଖୁଣ୍ଟିଆଙ୍କ ସମେତ ବିଜେପି କର୍ମୀ ସାମିଲ ହୋଇଥିଲେ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook