Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କାନ୍ଦିଲେ ପ୍ରସାଦ ହରିଚନ୍ଦନ

    Share on :
    ajab-Image
    Date: Jan 27, 2022    Views: 3202


    ଭୁବନେଶ୍ୱର: ପୁରୀ ସତ୍ୟବାଦୀରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ନଦେବା ପ୍ରସଙ୍ଗ  । ମୁହଁ ଖୋଲିଲେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ଟିକେଟ ଦେବା ଦାୟିତ୍ୱ ପିସିସି ସଭାପତିଙ୍କର, ସେ ସଂପର୍କରେ ନିରଞ୍ଜନ ପଟ୍ଟନାୟକ କହିବେ ବୋଲି ପ୍ରସାଦ କହିଛନ୍ତି  । ଟିକେଟ ପ୍ରସଙ୍ଗରେ ନିରଞ୍ଜନଙ୍କୁ ପ୍ରସାଦ ହରିଚନ୍ଦନଙ୍କ ତେର୍ଛା ବାଣ ମାରିଛନ୍ତି  । ୨୦୨୪ ସାଧାରଣ ନିର୍ବାଚନ ଲଢିବେ ନାହିଁ ପ୍ରସାଦ ହରିଚନ୍ଦନ, ପ୍ରେସମିଟ୍ କରି ପ୍ରସାଦ ହରିଚନ୍ଦନ ନିଜେ ଏହି ସୂଚନା ଦେଇଛନ୍ତି  ।

    ସେ କହିଛନ୍ତି ରାଜ୍ୟରେ ଟିକେଟ ଦେବାର ଦାୟିତ୍ୱ ପିସିସି ସଭାପତିଙ୍କର । ଫପୁରୀ ଜିଲ୍ଲାରେ ଜିଲ୍ଲା କଂଗ୍ରେସ କମିଟି ନାହିଁ' । ରାଜନୀତିରେ ଥିଲି, ରାଜନୀତିରେ ଅଛି ଏବଂ ରହିବି  । ୨୦୧୯ ସାଧାରଣ ନିର୍ବାଚନରେ, ସତ୍ୟବାଦୀରୁ ଶୋଚନୀୟ ପରାଜୟ ହୋଇଥିଲି ।

    ୨୦୧୯ ନିର୍ବାଚନ ଲଢିବିନାହିଁ ବୋଲି କହିଥିଲି, ବାଧ୍ୟହୋଇ ଲଢିଥିଲି । ମୋର ଇଚ୍ଛା ନଥିଲା । ମୁଁ ସାଧାରଣ ମଧ୍ୟବିତ ଚାଷୀ ପରିବାରରୁ ଆସିଛି । ମୋର ଖଣି ଖାଦାନ କି ଖବରକାଗଜ ଭଳି ପ୍ରତିଷ୍ଠାନ ନାହିଁ । ଲୋକ ମତ ଗଣତନ୍ତ୍ରରେ ମହତ୍ୱପୂର୍ଣ୍ଣ ବୋଲି କହିଛନ୍ତି ପ୍ରସାଦ ହରିଚନ୍ଦନ । କଂଗ୍ରେସ ଛାଡିବାକୁ ନେଇ ଅନେକ ପଚାରିଥିଲେ, ଅପେକ୍ଷା କରିବାକୁ କହିଥିଲି । ଅନ୍ୟ ଦଳକୁ ଯିବା ନେଇ ଯେଉଁ ପ୍ରଚାର ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରସାଦ ହରିଚନ୍ଦନ କହିଛନ୍ତି । ଏ ସମୟରେ ପ୍ରସାଦ ହରି ଚନ୍ଦନ କାନ୍ଦି ପକାଇଥିଲେ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook