ଭୁବନେଶ୍ବର: ପୁଣି ଉଠିଲା ମହାନଦୀ ବଞ୍ଚାଅ ପ୍ରସଙ୍ଗ । ମହାନଦୀ ବଞ୍ଚାଅ ଅଭିଯାନ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଏହାକୁ ସମର୍ଥନ କରିଛି ବିଜୁ ଜନତା ଦଳ । ବିଜେଡି ଶାସିତ ରାଜ୍ୟ ସରକାର ମହାନଦୀ ଲଢେଇ ଜାରି ରଖିଛନ୍ତି ବୋଲି କହିଛନ୍ତି ବିଜେଡି ସଭାନେତ୍ରୀ ପ୍ରମିଳା ମଲ୍ଲିକ ।
ପ୍ରମିଳା କହିଛନ୍ତି ଯେ, ମହାନଦୀ ଜଳ ଓଡିଶାକୁ ଆଣିବା ଲାଗି ଲଢେଇ ଜାରି ରହିଛି । ରାଜ୍ୟ ସରକାର କେନ୍ଦ୍ର ସହ ଲଢେଇ କରିଛନ୍ତି । କୋର୍ଟକୁ ଯାଇଛନ୍ତି ସରକାର । ସମସ୍ତେ ଲଢେଇରେ ସାମିଲ ହେବାକୁ ରାଜ୍ୟ ସରକାର ଆହ୍ବାନ ଦେଇଛନ୍ତି । ଯଦି ମହାନଦୀ ପାଇଁ ଲଢେଇ ହେଉଛି, ଏହା ଭଲ କଥା । ସମସ୍ତେ ଏ ଲଢେଇରେ ସାମିଲ ହୁଅନ୍ତୁ ବୋଲି ସେ କହିଛନ୍ତି ।
Comments ସମସ୍ତ ମତାମତ